କନକ ବ୍ୟୁରୋ : ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ବାନ କ୍ରମେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସମେତ କୋଇଡା, ଲହୁଣୀପଡା, ବେଦବ୍ୟାସ, ବଣାଇ, ବିଶ୍ରା ଆଦି ଅଞ୍ଚଳରେ ୧୦ ଘଣ୍ଟିଆ ଭାରତ ବନ୍ଦ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଛି । ବିଭିନ୍ନ ଟ୍ରେଡ ୟୁନିୟନ, ରାଜନୈତିକ ଦଳ, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ସହ କୃଷକ ପରିଷଦର କର୍ମକର୍ତ୍ତା ସକିଳ ୬ଠାରୁ ସହରର ପ୍ରମୁଖ ଛକ, ରେଲୱେ ସାଇଡିଙ୍ଗ ପିକେଟିଂ କରି ବନ୍ଦ କରିଛନ୍ତି । ବନ୍ଦ ଯୋଗୁ ରାଉରକେଲା ସମେତ ଅନ୍ୟାନ୍ୟ ସ୍ଥାନରେ ଗାଡ଼ି ଚଳାଚଳ, ବ୍ୟାଙ୍କ, ସରକାରୀ ଅଫିସ, ପେଟ୍ରୋଲ ପମ୍ପ ଆଦି ବନ୍ଦ ରହିଛି ।
ବିଶ୍ରା ଛକରେ ସିଟୁର ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି, ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ, ଏସୟୁସି ଆଇର ଛବି ମହାନ୍ତି, ବିଷ୍ଣୁ ପଣ୍ଡା, ଅଜିତ ନାୟକ ଆଇଏସଏଫର ସଦାନନ୍ଦ ସାହୁ, ଆରଏସଏସର ନିହାର ଦାସ, ଝାରଖଣ୍ଡ ମୁକ୍ତିମୋର୍ଚ୍ଚାର ଲେଥା ତିର୍କୀ ପ୍ରମୁଖଙ୍କ ନେତୃବିଭିନ୍ନ ଟ୍ରେଡ ୟୁନିୟନ, ରାଜନୈତିକ ଦଳ, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ସହ କୃଷକ ପରିଷଦର କର୍ମକର୍ତ୍ତା ସକିଳ ୬ଠାରୁ ସହରର ପ୍ରମୁଖ ଛକ, ରେଲୱେ ସାଇଡିଙ୍ଗ ପିକେଟିଂ କରି ବନ୍ଦ କରିଛନ୍ତି ।ତ୍ୱରେ ଶତାଧିକ କର୍ମୀ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ି ଚଳାଚଳକୁ ବନ୍ଦ କରୁଛନ୍ତି ।
ଦାବି ଗୁଡିକ ମଧ୍ୟରେ ରହିଛି ରହିଛି ,୩ କଳା କୃଷି ଆଇନ୍ ଖାରଜ,୨୦୨୦ ବିଦ୍ୟୁତ୍ ବିଲ୍ ବାତିଲ,୧୯୫୫ ମସିହାର ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ବିଲ୍ ବାତିଲ, ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତ୍ୟାହାର ଆଦି ରହିଛି। ସେପଟେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ବନ୍ଦ ଯୋଗୁ ଉଭୟ ବସ ଓ ଟ୍ରେନ ଯାତ୍ରୀଙ୍କୁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/acc01e45-751e-4ccc-8b9c-0eee4780f126-750x430-1.jpg)