କନକ ବ୍ୟୁରୋ : କର୍ଣ୍ଣାଟକ ବୁର୍ଖା ବିବାଦରେ ନୂଆ ମୋଡ ଆସିଛି । ଉଡୁପି ଜିଲ୍ଲାର ସରକାରୀ ପିୟୁ କଲେଜରେ ବୁର୍ଖ ପିନ୍ଧା ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କୁ ଅଲଗା ଏକ ଶ୍ରେଣୀଗୃହରେ ନେଇ ବସାଯାଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡିଛି । ଏନେଇ ଉଡୁପି ଅତିରିକ୍ତ ଏସପି ସୂଚନା ଦେଇଥିବା ଏଏନଆଇ କହିଛି । ତେବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ପୋଲିସ ଅଧକାରୀ । କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ ସତର୍କ ନଜର ରଖିଛି ।

Advertisment

କଥାହେଲା ୟୁନିଫର୍ମ ବ୍ୟତିତ ଛାତ୍ରଛାତ୍ରୀମାନେ ଅନ୍ୟକିଛି ପିନ୍ଧି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଥିଲା ପ୍ରି-ୟୁନିଭର୍ସିଟି ବୋର୍ଡ । ଏହାକୁ ଆଧାର କରି ବୁର୍ଖା ପିନ୍ଧା ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ ଉଡୁପି ଜିଲ୍ଲା ସରକାରୀ ପିୟୁ କଲେଜର ଅଧ୍ୟକ୍ଷ । ଏହା ବିରୋଧରେ କଲେଜ ବାହାରେ ପ୍ରତିବାଦ ପ୍ରଦର୍ଶନ କରିଆସୁଛନ୍ତି ଛାତ୍ରଛାତ୍ରୀ । ମୁସଲମାନ ସଂପ୍ରଦାୟ ବିରୋଧରେ ଏହା କଲେଜ କର୍ତୃପକ୍ଷଙ୍କ ଫତୁଆ ବୋଲି କହି ବିରୋଧ ହେଉଛି ।