ପେଟ୍ରୋଲ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ : ୭ ରୁ ୧୭ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ କଂଗ୍ରେସର ପ୍ରସ୍ତୁତି

Advertisment
ପେଟ୍ରୋଲ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ : ୭ ରୁ ୧୭ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ କଂଗ୍ରେସର ପ୍ରସ୍ତୁତି

କନକ ବ୍ୟୁରୋ : ତ ୭/୮ବର୍ଷ ହେବ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଲାଣି। ଜିଡିପି କମିବା ସହିତ ଦରଦାମ ବୃଦ୍ଧି ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଲାଣି। ଏହି ସମୟ‌ରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ବାରମ୍ବାର ଦରବୃଦ୍ଧି ଲୋକଙ୍କ ଉପରେ ବେଡ଼ି ଉପରେ କରୋଡ଼ା ସାଜିଛି।। କେନ୍ଦ୍ର ସରକାରଙ୍କ ଏହି ଜନମାରଣ ନୀତି ବିରୋଧରେ କଂଗ୍ରେସ ଲୋକଙ୍କ ପାଖକୁ ଯିବ। ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ଆସନ୍ତା ୭ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସୋମବାର କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ ପେଟ୍ରୋଲ ଶହେ ପାର୍ ହୋଇ ଗଲାଣି। ଡିଜେଲ ମଧ୍ୟ ଶହେ ଛୁଇଁବ। ରନ୍ଧନ ଗ୍ୟାସ୍ ଉପରମୁହାଁ। ୨୦୧୩ ଜୁଲାଇ ମାସରେ ପେଟ୍ରୋଲ ଲିଟର ପିଛା ୭୪ଟଙ୍କା ଓ ଡିଜେଲ ୬୭ ଟଙ୍କା ଥିଲା। ଏହି ସମୟରେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ୧୦୨ ଡଲାର ଥିଲା। ମାତ୍ର ଏବେ ୭୫ ଡଲାର ଥିବା ବେଳେ ପେଟ୍ରୋଲ ଲିଟର ଶହେ ପାର୍ କଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ଟିକସ ବସାଇବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏହା ବିରୋଧରେ ଦଳ ଆସନ୍ତା ୭ରୁ ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ।

୭ତାରିଖରେ ପ୍ରତି ବ୍ଲକ୍‌ ସାମ୍ନାରେ ମହଙ୍ଗାମାଡ଼ ପ୍ରତିବାଦରେ ଲୋକମାନେ ଝାଞ୍ଜ, ଘଣ୍ଟ ମାଡ଼ କରି ପ୍ରତିବାଦ କରିବେ। ୯ତାରିଖରେ ଜିଲ୍ଲା ସଦର ମହକୁମାରେ ସାଇକେଲ ଯାତ୍ରା, ୧୪ତାରିଖରେ ରାଜ୍ୟସ୍ତରୀୟ ପ୍ରତିବାଦ ଓ ଆନ୍ଦୋଳନ ଅନୁଷ୍ଠିତ ହେବ। ୧୫ତାରିଖରେ ମହଙ୍ଗାମାଡ଼ ପ୍ରତିବାଦରେ କୌଣସି ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ, ଡିଜେଲ ନ ପକାଇବା ଓ ସେହିଦିନ ରନ୍ଧନ ଗ୍ୟାସ୍‌ ନ କିଣିବା ଲାଗି ଅନୁରୋଧ କରାଯାଉଛି। ୧୭ତାରିଖରେ ସମସ୍ତ ପେଟ୍ରୋଲ ପମ୍ପରେ ଦସ୍ତଖତ ଅଭିଯାନ ଆୟୋଜିତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ଭେଟି ତାଙ୍କ ସମସ୍ୟାକୁ ସଂପୂର୍ଣ୍ଣ ଭାବେ ବୁଝି ତଥ୍ୟ ସଂଗ୍ରହ କରାଯିବ। ଏହାକୁ ଏଆଇସିସିକୁ ପ୍ରଦାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାତି ନିରଂଜନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe