କନକ ବ୍ୟୁରୋ : ଭାରତ ରତତ୍ନ ପାଇଁ ମନୋନୀତ ମହାନ କୃଷି ବୈଜ୍ଞାନିକ ଏମ.ଏସ ସ୍ୱାମୀନାଥନଙ୍କ କନ୍ୟା ମଧୁରା ସ୍ୱାମୀନାଥନ କୃଷକ ମାନଙ୍କ ପାଇଁ ଅଗେଇ ଆସିଛନ୍ତି । ସ୍ୱାମୀନାଥନଙ୍କୁ ଭାରତ ରତ୍ନ ମିଳିବା ଘଟଣାକୁ ନେଇ ଆୟୋଜିତ ଏକ ସମ୍ମିଳନୀରେ ମଧୁରା ଚାଷୀ ମାନଙ୍କ ସପକ୍ଷରେ ମନ୍ତବ୍ୟ ରଖିଛନ୍ତି । ପଞ୍ଜାବ ଓ ହରିୟାଣାର ଅନେକ କୃଷକ ଏମ.ଏସ.ପିକୁ ଆଇନର ମାନ୍ୟତା ଦେବା ଦାବି ଓ ବିଭିନ୍ନ ଅଧିକାରକୁକୁ ନେଇ ଆନ୍ଦୋଳନ ଚଳାଉଛନ୍ତି କିନ୍ତୁ ସେମାନଙ୍କ ଆନ୍ଦୋଳନ ପାଇଁ ଚାଷୀ ମାନଙ୍କୁ ସଠିକ ବ୍ୟବହାର କରାଯାଉ ନାହିଁ ବରଂ ସେମାନଙ୍କ ବିରୋଧରେ ଦୋଷୀ ଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି । କୃଷକ ମାନେ ରାଜଧାନୀ ଦିଲ୍ଲୀରେ ପଶି ଅନ୍ଦୋଳନ କରିବାର ଚେଷ୍ଟା କରୁଥିବାରୁ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ପୋଲିସ ଯଥା ସମର୍ଥର୍ ବ୍ୟାରିକେଡ ଲଗାଇ ଏମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି । ଆନ୍ଦୋଳନ ତେଜୁଥିବାରୁ ପୋଲିସ ପରିସ୍ଥିିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ପାଣି ମାଡ ଓ ଲୁହ ବୁହା ଗ୍ୟାସ ମଧ୍ୟ ସ୍ପ୍ରେ କରୁଛି ।
ଖାଲି ଏତିକି ନୁହେଁ ଚାଷୀ ମାନଙ୍କୁ ଅଟକାଇବାକୁ ପୋଲିସ ସବୁ ପ୍ରକାରର ଚେଷ୍ଟା ଜାରି ରଖିଛି । ଏସବୁ କରିବା ପରିବର୍ତେ ଚାଷି ମାନଙ୍କ ସହ ମିଶି ଆଲୋଚନା କରି ସେମାନଙ୍କ ଦାବିକୁ ନେଇ କିଛି ରାସ୍ତା ବାହାର କରିବା ଠିକ ରହିବ ବୋଲି ସରକାର ତଥା ବଡ ବଡ କୃଷି ବୈଜ୍ଞାନିକ ମାନଙ୍କୁ ଅନୁରୋଧ କରିଛନ୍ତି ମଧୁରା ସ୍ୱାମୀନାଥନ । କେବଳ ଏତିକି ନୁହେଁ ଆଗକୁ ଆମକୁ ଖାଦ୍ୟ ଯୋଗାଉଥିବା ଚାଷୀ ଭାଇ ମାନଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ ଏ ନେଇ ଆଗୁଆ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ସେ ଜଣାଇଛନ୍ତି ।
କୃଷକ ମାନେ ହେଇଛନ୍ତି ଆମର ଅନ୍ନଦାତା । ଏମାନଙ୍କ ଦାବିକୁ ସମ୍ମାନ କରିବା ପରିବର୍ତେ ଅପରାଧୀ ସଦୃଶ୍ୟ ବ୍ୟବହାର କରାଯାଉଥିବାର ଦେଖି ବ୍ୟଥିତ ହୋଇଛନ୍ତି ଉଭୟ ମଧୁରା ଓ ସୈାମ୍ୟା । ମଧୁରା ସ୍ୱାମୀନାଥନ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟର ଇକୋନିମିକ୍ସ ଆନାଲିସିସ ୟୁନିଟର ମୁଖ୍ୟ ଭାବେ କାର୍ଯ୍ୟ ତୁୁଲାଉଥିବା ବେଳେ ଦ୍ୱିତୀୟ ଝିଅ ସୈାମ୍ୟା ସ୍ୱାମୀନାଥନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୁର୍ବତନ ପ୍ରମୁଖ ବୈଜ୍ଞାନିକ ଭାବେ କାମ କରିସାରିଛନ୍ତି । ସେ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ପିତା ସବୁବେଳେ ଖାଦ୍ୟ ଯୋଗାଉଥିବା ସାଧାରଣ ଚାଷୀ, ମାଛ ଧରାଳୀ ଓ ମଜୁରୁିଆ ମାନଙ୍କ ପାଇଁ ଚିନ୍ତିତ ଥିଲେ କାରଣ ଆମକୁ ଅନବରତ ଖାଦ୍ୟ ଯୋଗାଉଥିବା ଚାଷୀ ନିଜେ ସୁସ୍ଥ ଜୀବନ ବିତାଇ ପାରୁ ନାହାନ୍ତି । ତେଣୁ ପିତାଙ୍କୁ ସମ୍ମାନିତ କରିବା ଅବସରରେ ଚାଷୀ ମାନଙ୍କ ସୁବିଧାକୁ ମଧ୍ୟ ଦୃଷ୍ଟି ଦିଆ ଯିବାର ଆବଶ୍ୟକତା ରହିଛି ବୋଲି ଉଭୟ କହିଛନ୍ତି ।