ପାକିସ୍ତାନରେ ପୁଣି ତାତିଲେ ମହିଳା : ନୂରଙ୍କୁ ନ୍ୟାୟ ଦେବାକୁ ଦାବି

103

କନକ ବ୍ୟୁରୋ : ପାକିସ୍ତାନରେ ପୁଣି ତାତିଲେ ମହିଳା । ପୂର୍ବତନ ରାଷ୍ଟ୍ରଦୂତଙ୍କ ଝିଅ ନୂର ମୁକଦ୍ଦମଙ୍କ ହତ୍ୟାକୁ ନେଇ ସ୍ୱର ଉଠାଇଲେ ପାକିସ୍ତାନ ମହିଳା ଓ ଗଣମାଧ୍ୟମ । ଦେଶରେ ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହତ୍ୟାରୀଙ୍କୁ ଯଥାଶୀଘ୍ର ଦଣ୍ଡ ଦେବାକୁ ଦାବି ହୋଇଛି । ସୋସିଆଲ ମିଡିଆରେ ମଧ୍ୟ ଏନେଇ ଦାବି ଜୋର ଧରିଛି ।

ସୂଚନା ମୁତାବକ, ମୃତ ନୂର ମୁକଦ୍ଦମଙ୍କ ବାପା ଦକ୍ଷିଣ କୋରିଆ ଓ କାଜାଖସ୍ଥାନରେ ପାକିସ୍ତାନର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ଝିଅ ନୂରଙ୍କୁ ଗତ ୨୦ ତାରିଖରେ କିଛି ଦୁର୍ବୃତ ଅପହରଣ କରିନେଇ ହତ୍ୟା କରିଥିଲେ । ଏପରି ଜଣେ ଅଧିକାରୀଙ୍କ ଝିଅକୁ ଅପହରଣ , ନିର୍ଯାତନା ଓ ହତ୍ୟା କରିବା ଘଟଣା ପରେ ଦେଶର ସାଧାରଣ ମହିଳା କେତେ ସୁରକ୍ଷିତ ବୋଲି ମାନବାଧିକାର କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତର ସହଯୋଗୀକୁ ଗିରଫ କରାଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିନି ପୋଲିସ୍ । ତେବେ ତଥ୍ୟ ଲୁଚାଇବା ଅଭିଯୋଗରେ ଅଭିଯୁକ୍ତର ଅଭିଭାବକଙ୍କୁ ଗିରଫ କରିଛି ପୋଲିସ ।