ରାଜଧାନୀର ପ୍ରତୀକ ଘୋଡାକୁ ଉଠାଇ ନେବା ପାଇଁ ନିଷ୍ପତି ପରେ ତେଜିଲା ବିରୋଧ । କଂଗ୍ରେସ ଓ ବିଜେପିର ତୀବ୍ର ବିରୋଧ । କହିଲେ, କୌଣସି ପରିସ୍ଥିତିରେ ଉଠାଇ ଦେବେନି ଘୋଡା

192

କନକ ବ୍ୟୁରୋ: ସ୍ମାର୍ଟସିଟି ପାଇଁ ମାଷ୍ଟରକ୍ୟାଂଟିନରେ ଥିବା ଘୋଡା ପ୍ରତିମୁର୍ତ୍ତି ହଟାଇବା ରିପୋର୍ଟ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ବିରୋଧ । ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ବିକ୍ଷୋଭ ପ୍ରଦର୍ଶନ କରି ଏହି ନିଷ୍ପତିକୁ ବିରୋଧ କରିଛନ୍ତି । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସେହି ସ୍ଥାନକୁ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଛନ୍ତି । ସେହିପରି ଭୁବନେଶ୍ୱର ବିଜେପି ପକ୍ଷରୁ ନିଷ୍ପତିର ପ୍ରତିବାଦ କରାଯାଇଛି । ବିରୋଧ ପରେ ବିଜେଡି କହିଛି, ସହରର ଲୋକ ସଂଖ୍ୟା ବଢ଼ୁଛି, ତାକୁ ଆଖି ଆଗରେ ରଖି ଏଭଳି ନିଷ୍ପତି ନିଆଯାଇଛି ।

ମୂର୍ତିକୁ ହଟାଇକୁ ସରକାରଙ୍କ ନିଷ୍ପତି ଓ ବିରୋଧ ଭିତରେ ମୂର୍ତକୁ ସ୍ଥାନାନ୍ତରଣ ନକରି ରାସ୍ତା ସମ୍ପ୍ରସାରଣ ହୋଇପାରିବ କି ନାହିଁ । ଏହି ବିବାଦ ଭିତରେ ଦିଲ୍ଲୀର ଏକ ଉଦାହରଣ ଦେଇ ମୂର୍ତି ନହଠାଇ ମଧ୍ୟ ରାସ୍ତା ସମ୍ପ୍ରସାରଣ କରାଯାଇପାରିବ ବୋଲି ମତ ରଖିଛନ୍ତି ଭାଷ୍କର୍ଯ୍ୟଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ । ତେବେ ଟାଉନ ପ୍ଲାନରଙ୍କ ମତ କିନ୍ତୁ ଭିନ୍ନ । କହିଛନ୍ତି, ରାସ୍ତା ସମ୍ପ୍ରସାରଣ ପାଇଁ ମୂର୍ତିକୁ ସ୍ଥାନାନ୍ତରଣ କରାଯିବା ଆବଶ୍ୟକ ।

ସେପଟେ ଘୋଡାକୁ ହଠାଇବା ନିଷ୍ପତିରେ ଅଟଳ ରହିଛି ସଂସ୍କୃତି ବିଭାଗ । ସଂସ୍କୃତି ବିଭାଗ ନିର୍ଦ୍ଦେଶକ କହିଛନ୍ତି, ଖୁବଶୀଘ୍ର ମାଷ୍ଟରକ୍ୟାଂଟିନ ଛକରେ ଥିବା ଘୋଡାର ମୂର୍ତିକୁ ରାଜଭବନ ଛକକୁ ସ୍ଥାନାନ୍ତରଣ କରାଯିବ ।

ମାଷ୍ଟର କ୍ୟାଂଟିନ ଛକରେ ଷ୍ମାର୍ଟ ଜନପଥ ପ୍ରକଳ୍ପରେ ଏହି ମୂର୍ତି ବାଧା ସୃଷ୍ଟି କରୁଥିବାରୁ ଏହାକୁ ହଠାଇବାକୁ ନିଷ୍ପତି ନେଇଛନ୍ତି ସଂସ୍କୃତି ବିଭାଗ, ବିଏମସି ଓ ବିଡିଏ । ୧୯୮୮ରୁ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଶୋଭା ବଢ଼ାଉଥିଲା ଏହି ଯୁଦ୍ଧ ଘୋଡା ।