କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଳିଗୁଲଜକୁ ଓଏଏସ ସଂଘର ନିନ୍ଦା 

ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ନକଲେ ଆଗକୁ ମନ୍ତ୍ରୀଙ୍କ କରାଯିବନି ସହଯୋଗ; ଆବଶ୍ୟକ ପଡ଼ିଲେ କେନ୍ଦ୍ରର କରିବେ ଦୃଷ୍ଟି ଆକର୍ଷଣ

195

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଳିଗୁଲଜକୁ ରାଜ୍ୟ ଓଏଏସ ସଂଘର ନିନ୍ଦା । ଓଏସ ସଂଘର ସଭାପତି ସରୋଜ ସାମଲ କହିଛନ୍ତି, ବିନା କାରଣରେ ବିରକ୍ତ ହୋଇ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିବା ନିନ୍ଦନୀୟ । ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ନକଲେ ଆଗକୁ ମନ୍ତ୍ରୀଙ୍କୁ କରାଯିବନି ସହଯୋଗ । ମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବର୍ଜନ କରିବୁ । ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାରଙ୍କ ମାଧ୍ୟମରେ ଘଟଣା ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବୁ । ଓଏଏସ ଅଫିସରମାନେ ରାଜ୍ୟର ସବୁ ଜାଗାରେ ସବୁ ସମୟରେ ସାଧାରଣ ଲୋକଙ୍କ ଭଲ ମନ୍ଦ ବୁଝି ଥାଆନ୍ତି ।

କିନ୍ତୁ ମନ୍ତ୍ରୀ ଏପରି ବିନା କାରଣରେ ବିରକ୍ତ ହେବା ନିନ୍ଦନୀୟ । ଗତ ୯ ତାରିଖରେ ବାରିପଦା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କୁ ଫୋନରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ କଳା ବ୍ୟାଚ୍ ପିନ୍ଧି ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀଙ୍କ ଆଚରଣକୁ ନିନ୍ଦା କରିବା ସହ ଆଚରଣରେ ପରିବର୍ତ୍ତନ କରିବାକୁ ଓଏଏସ୍ ସଂଘ ଦାବି କରିଛି । ଅଧିକାରୀଙ୍କୁ ତାଗିଦ୍ କରି ବିବାଦୀୟ ହୋଇପଡ଼ିଛନ୍ତି ବିଶ୍ୱେଶ୍ୱର ଟୁଡୁ । କେନ୍ଦୁଝର ଓ କୁଚିଣ୍ଡାରୁ ମନ୍ତ୍ରୀ ଅଧିକାରୀଙ୍କୁ ଗାଳି ଗୁଲଜ କରୁଥିବର ଭିଡିଓ ସାମ୍ନାକୁ ଆସିଥିଲା ।