ଶିକ୍ଷକ ନିଯୁକ୍ତି ଦାବିରେ ପ୍ରତିବାଦ । ସ୍କୁଲ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ।

70

କନକ ବ୍ୟୁରୋ: ସ୍କୁଲ ବାହାରେ ଗର୍ଜୁଛନ୍ତି ଛାତ୍ରଛାତ୍ରୀ । ଶିକ୍ଷକ ନିଯୁକ୍ତି ପ୍ରତିବାଦରେ ସ୍କୁଲ ଗେଟରେ ପଡିଛି ତାଲା । କେବଳ ପିଲା ନୁହନ୍ତି ତାଙ୍କ ସହିତ ସାମିଲ ହୋଇଛନ୍ତି ଅଭିଭାବକଙ୍କ ସହ ଗାଁର ଲୋକ ମାନେ । ଏହି ଦୃଶ୍ୟ ଦେଖିବାକୁ ମିିଳିଛି ଅନୁଗୁଳ ବଅଁରପାଳ କାଣ୍ଡସର ସରକାରୀ ପ୍ରାଥମିକ ସ୍କୁଲରେ । ବହୁ ବର୍ଷର ପୁରୁଣା ବିଦ୍ୟାଳୟରେ ରହିଛି ୮ଟି ଶ୍ରେଣୀ । ହେଲେ ୮ଟିକୁ ରହିଛନ୍ତି ମାତ୍ର ୪ ଜଣ ଶିକ୍ଷକ । ସେଥିରୁ ସ୍ୱାସ୍ଥ୍ୟଗତ କାରଣରୁ ଜଣେ ଶିକ୍ଷକ ପ୍ରାୟ ଅନୁପସ୍ଥିତ ରହୁଛନ୍ତି । ଯାହାପାଇଁ ପାଠ ପଢା ସଠିକ୍ ଭାବରେ ହୋଇପାରୁନି ।

ଆଗକୁ ପରୀକ୍ଷା ଥିବାବେଳେ ପିଲାମାନେ କିଭଳି ପାଠ ପଢିବେ ସେନେଇ ଚିନ୍ତାରେ ପଡିଛନ୍ତି । ୩ ଜଣ ଶିକ୍ଷକଙ୍କୁ ନେଇ କିଭଳି ପାଠପଢା ହେବ ବୋଲି ବାରମ୍ବାର ପ୍ରଶ୍ନ ଉଠିଥିବା ବେଳେ ଅଭିଯୋଗ ମଧ୍ୟ କରାଯାଇଛି । ହେଲେ ଏହି ଅଭିଯୋଗ ପ୍ରତି ଯେମିତି କାହାର ନଜର ନାହିଁ । ଖୁବଶିଘ୍ର ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି ପିଲାଙ୍କ ସହ ଅଭିଭାବକ ମାନେ । ଏକାଠି ହୋଇ ସ୍କୁଲ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତି ।