ଗାଁ ଭିତରେ ଏମସିଏଲ କୋଇଲା ପରିବହନକୁ ବିରୋଧ: ସୁନ୍ଦରଗଡ ଟପରିଆରେ ଜନଶକ୍ତି ବିକାଶ ପରିଷଦର ଆନ୍ଦୋଳନ

ଗାଁ ଭିତରେ ଏମସିଏଲ କୋଇଲା ପରିବହନକୁ ବିରୋଧ: ସୁନ୍ଦରଗଡ ଟପରିଆରେ ଜନଶକ୍ତି ବିକାଶ ପରିଷଦର ଆନ୍ଦୋଳନ

କନକ ବ୍ୟୁରୋ: ଗାଁ ଭିତରେ ଏମସିଏଲର କୋଇଲା ପରିବହନକୁ ବିରୋଧ କରି ଆନ୍ଦୋଳନ । ସୁନ୍ଦରଗଡର ଟପରିଆଠାରେ ସ୍ଥାନୀୟ ସଙ୍ଗଠନ ଜନଶକ୍ତି ବିକାଶ ପରିଷଦ ପକ୍ଷରୁ ଗତ ୧୯ ତାରିଖରୁ ଏହି ଆନ୍ଦୋଳନ ଚାଲିଛି । ତେବେ ଆନ୍ଦୋଳନର ୭ ଦିନ ବିତିଯାଇଥିଲେ ବି କୌଣସି ଲୋକପ୍ରତିନିଧି ଏ ଯାଏଁ ପହଞ୍ଚିନାହାନ୍ତି । ପରିଷଦର ଅଭିଯୋଗ ଅନୁସାରେ, କୋଇଲା ପରିବହନ ଯୋଗୁଁ ଏହି ଅଂଚଳର ଜନଜୀବନ ବହୁ ଭାବେ ପ୍ରଭାବିତ ହୋଇଛି ।

ସୁନ୍ଦରଗଡର ବାଙ୍କିବାହାଲରୁ ଟପରିଆ ଛତିଶଗଡ ସୀମା ୨୬ କିଲୋମିଟର ରାସ୍ତା ମରଣଯନ୍ତା ପାଲଟିଛି । ଏମସିଏଲର କୁଲଡା ଖୋଲାମୁହଁ କୋଇଲା ଖଣିର ଖଣିଜ ଦ୍ରବ୍ୟ ପରିବହନ, ସଂରକ୍ଷଣ ଓ ବୋଝେଇରେ ସମସ୍ତ ସର୍ତ୍ତ ଉଲ୍ଲଙ୍ଘନ କରୁଛି । ଅତ୍ୟଧିକ କୋଇଲା ଗୁଣ୍ଡ ଉଡି ସିଧାସଳଖ ଚାଷଜମି, କୂଅ, ପୋଖରି ଓ ଘର ଭିତରେ ପ୍ରବେଶ କରି ଖାଦ୍ୟ ପଦାର୍ଥ ଓ ଅନ୍ୟ ଜିନିଷ ନଷ୍ଟ କରୁଛି । ତେଣୁ ଗାଁ ମଧ୍ୟ ଦେଇ କୋଇଲା ପରିବହନକୁ ବନ୍ଦ କରିବା ସହ ଲୋକଙ୍କୁ ଉଚିତ ପାରିପାଶ୍ୱର୍ିକ ମୂଲ୍ୟ ଦେବାକୁ ଦାବି କରିଛି ପରିଷଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe