କିଏ କରୁଛି ନିର୍ବାଚନୀ ହିଂସା ? ନିର୍ବାଚନ କମିଶନଙ୍କ ଅଫିସ ଆଗରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି; ପରସ୍ପର ବିରୋଧରେ ଆଣିଲେ ଅଭିଯୋଗ

Advertisment
କିଏ କରୁଛି ନିର୍ବାଚନୀ ହିଂସା ? ନିର୍ବାଚନ କମିଶନଙ୍କ ଅଫିସ ଆଗରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି; ପରସ୍ପର ବିରୋଧରେ ଆଣିଲେ ଅଭିଯୋଗ

କନକ ବ୍ୟୁରୋ : କିଏ କରୁଛି ନିର୍ବାଚନୀ ହିଂସା ? ଏହାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ପ୍ରଥମେ ବିଜେଡି ଓ ପରେ ବିଜେପି କମିଶନଙ୍କ ଅଫିସରେ ଆଗରେ ଧାରଣା ଦେଇଛନ୍ତି । ବିଜେଡିର ଅନନ୍ତ ଜେନାଙ୍କ ନେତୃତ୍ୱରେ ଯୁବ, ଛାତ୍ର ଓ ମହିଳା ଟିମ ପ୍ରତିବାଦ କରିବା ସହ ରାଜ୍ୟ ନିର୍ବାଚନ କମିଶନଙ୍କୁ ସ୍ମାରକପତ୍ର ଦେଇଛନ୍ତି ।

ଏଥିରେ ବିଜେପି ଗୁଣ୍ଡାରାଜ କରିବା ସହ ବିଜେଡିର କର୍ମୀଙ୍କୁ କରୁଛି ଓ ହାରିବା ଭୟରେ ବିଜେପି ବୁଥ ରିଂଗି କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ଅନ୍ୟପଟେ ବିଜେପିର ଏକ ଟିମ ମନମୋହନସାମଲଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ପ୍ରତିବାଦ କରୁଛନ୍ତି । ଦଳ ବିଜେଡି ବିରୋଧରେ ବୁଥ ରିଂଗିଂ ଅଭିଯୋଗ ଆଣିବା ସହ ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା, ସରକାରୀ ଅଧିକାରୀଙ୍କ ନିର୍ବାଚନ ପରିଚାଳନା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe