କନକ ବ୍ୟୁରୋ: ପୂର୍ବଭଳି ଜାରି ରହିବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ । ବିଧାନସଭା ଥିବାରୁ ଆନ୍ଦୋଳନ ପାଇଁ ଅନୁମତି ନମିଳିବାରୁ ବିଇଓ ଅଫିସ୍ ଆଗରରେ ଧାରଣା ଦେବାକୁ ନିଷ୍ପତି ନେଇଛି ସଂଘ । ଏନେଇ ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା । ସରକାର ଜାଣିଶୁଣି ଆମ ସଂଘକୁ ଭାଙ୍ଗିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସଂଘର ଏକତା ଭାଙ୍ଗିବାକୁ ଯେତେ ଉଦ୍ୟମ କଲେ ମଧ୍ୟ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସେ କହିଛନ୍ତି । ଯେଉଁମାନେ ସରକାରଙ୍କ ଗୁଣଗାନ କରୁଛନ୍ତି ସେମାନଙ୍କ ସହ କାଲି ସରକାର ଆଲୋଚନା କରିଛନ୍ତି । ଆମେ ସରକାରଙ୍କ କଥାରେ ଏକମତ ନୁହେଁ । ଏବଂ ୩ ଦଫା ଦାବିରେ ଏବେବି ଅଟଳ ଥିବା କହିଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ।
ଜାରି ରହିବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ । ୩ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିବାକୁ ସୂଚନା ଦେଲେ ସଂଘ ସଭାପତି ।
/kanak/media/post_attachments/wp-content/uploads/2023/09/20230816002135_IMG_4986.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)