ଦରମା ବୃଦ୍ଧି ଦାବିରେ ଗାଁ ସାଥୀଙ୍କ ବିକ୍ଷୋଭ ପ୍ରଦର୍ଶନ: ରାଜଧାନୀ ରାଜରାସ୍ତାରେ ଆଣ୍ଠେଇକି, ହାତ ଯୋଡ଼ି ସରକାରଙ୍କୁ ନିବେଦନ କଲେ ହଜାର ହଜାର ଗାଁ ସାଥୀ

186

କନକ ବ୍ୟୁରୋ: ରାଜଧାନୀରେ ଗାଁ ସାଥୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଦରମା ବୃଦ୍ଧି ଦାବିରେ ରାଜରାସ୍ତାରେ ଆଣ୍ଠେେଇଲେ, ହାତ ଯୋଡ଼ି ସରକାରଙ୍କୁ ନିବେଦନ କଲେ ହଜାର ହଜାର କର୍ମଚାରୀ । ମାସିକ ୧୦ ହଜାର ଟଙ୍କା ପ୍ରଦାନ ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ୱଚ୍ଛ ସାଥୀ । କାନ୍ଦି କାନ୍ଦି ଦରମା ବୃଦ୍ଧି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ବ୍ଲକ କ୍ୟାଡର ମାନ୍ୟତା ପ୍ରଦାନ ସହ ବେଆଇନ ଏନ୍ଏମ୍ଏମ୍ଏସ୍ ରଦ୍ଦ କରିବାକୁ ଦାବି କରିଛି ସଂଘ ।