ହାଇକୋର୍ଟ ଶୁଣାଣିର ସିଧା ପ୍ରସାରଣକୁ ବିରୋଧ । ପ୍ରତ୍ୟାହାର ଦାବିରେ ଆଇନଜୀବୀଙ୍କ କୋର୍ଟ ବର୍ଜନ

114

କନକ ବ୍ୟୁରୋ: ‘ହାଇକୋର୍ଟ ଅଫ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସଡିଂ ରୁଲ୍ସ ୨୦୨୧’କୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଆଇନଜୀବୀ । ଓକିଲଙ୍କ କହିବା ହେଲା କରୋନା କାଳରେ

ଆଇନଜୀବୀଙ୍କ ଆର୍ଥିକ ସ୍ଥିତି ଠିକ ନାହିଁ
(ସବୁ ଓକିଲଙ୍କ ପାଖରେ ଭିଡିଓ କନଫରେନ୍ସରେ ମାମଲା ପରିଚାଳନା ସୁବିଧା ନାହିଁ । କରୋନା କାଳରେ ଆଇନଜାବୀଙ୍କ ଉପରେ ବୋଝ ଲଦି ଦିଆଯାଉଛ )
ବ୍ୟକ୍ତିଗତ ଗୋପନୀୟତା କ୍ଷୂର୍ଣ୍ଣ ହେବ
( ମାମଲାର ସିଧା ପ୍ରସାରଣରେ ଆଇନଜୀବୀ ଘରର ଆସବାବ ପତ୍ର ଦେଖା ଦେଲେ ବ୍ୟକ୍ତିଗତ ଗୋପନୀୟତା ପଦାରେ ପଡିବ ।)
ଅନ୍ୟପଟେ ବରିଷ୍ଠ ଆଇନଜୀବୀ କହୁଛନ୍ତି, ମାମଲାର ସିଧା ପ୍ରସାରଣର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ଦୂରରେ ଥାଇ ମହକିଲ ଜାଣିପାରିବେ ଓକିଲ କୋର୍ଟରେ କଣ ଯୁକ୍ତି ରଖିଲେ, କି ପ୍ରମାଣ ଦାଖଲ କଲେ । ସିଧା ପ୍ରସାରଣରେ ଦୋଷୀ ସାବ୍ୟସ୍ତ ହେବା ଦେଖିଲେ ଲୋକେ ଅପରାଧ କରିବାକୁ ମଧ୍ୟ ଭୟ କରିବେ ।

ଓଡ଼ିଶା ହାଇକୋର୍ଟ ଶୁଣାଣିର ଲାଇଭ ଷ୍ଟ୍ରିମିଂ କେବଳ ଅନୁମତିପ୍ରାପ୍ତ ବ୍ୟକ୍ତି କରିପାରିବେ । କିନ୍ତୁ ପାରିବାରିକ ବିବାଦ, ଶିଶୁ ଓ ବାଳ ଅପରାଧ ସଂପର୍କିତ ମାମଲା, ପକ୍ସୋ ଆଇନ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ଭଳି ମାମଲାର ସିଧା ପ୍ରସାରଣ ହେବ ନାହିଁ ବୋଲି କୋର୍ଟ କହିଛନ୍ତି । ଜାତୀୟ ସୁରକ୍ଷା ସଂପର୍କିତ ମାମଲାକୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି ।