ରାସ୍ତାରେ ପରିବା ରଖି ଆନ୍ଦୋଳନକୁ ଓହ୍ଲାଇଲେ ବ୍ୟବସାୟୀ : ଭିଏସଏସ ନଗର ହାଟ ସିଲ ଖୋଲିବାକୁ କଲେ ଦାବି

147

କନକ ବ୍ୟୁରୋ : ରାସ୍ତାରେ ପରିବା ରଖି ପ୍ରତିବାଦ କଲେ ବ୍ୟବସାୟୀ । ଭୁବନେଶ୍ୱର ଭିଏସଏସ ମାର୍କେଟ ସିଲ୍ ଖୋଲିବା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟବସାୟୀ । ରାସ୍ତା ଉପରେ ପରିବା ରଖି ଅଭିନବ ଆନ୍ଦୋଳନ କରୁଛନ୍ତି । ହାଟ ନଖୋଲିଲେ କେମିତି ଚଳିବ ପରିବାର ବୋଲି ପ୍ରଶାସନକୁ ପ୍ରଶ୍ନ ପଚାରିଛନ୍ତି । କରୋନା ସମୟରେ ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ସେମାନଙ୍କ ଅବସ୍ଥାକୁ ଆହୁରି ଦୟନୀୟ କରିଦେଇଛି । କୋଭିଡ ଗାଇଡ଼ ଲାଇନ ଉଲ୍ଲଘଂନ ହୋଇଥିବାରୁ ମାର୍କେଟକୁ ସିଲ୍ କରିଥିଲା ବିଏମସି ।