ଆମେରିକାର ହ୍ୱାଇଟ ହାଉସ ଆଗରେ ବିକ୍ଷୋଭ । ବିକ୍ଷୋଭକାରୀ କହିଲେ ଧୋକା ଦେଇଛି ଆମେରିକା ସରକାର । 

Advertisment
ଆମେରିକାର ହ୍ୱାଇଟ ହାଉସ ଆଗରେ ବିକ୍ଷୋଭ । ବିକ୍ଷୋଭକାରୀ କହିଲେ ଧୋକା ଦେଇଛି ଆମେରିକା ସରକାର । 

କନକ ବ୍ୟୁରୋ: ଆମେରିକାକୁ ପ୍ରତି ତାଲିବାନର ଆଉ ଭୟ ନାହିଁ କି ସମ୍ମାନ ବି ନାହିଁ । ଆମେରିକା ଦୂତବାସରେ ତାଲିବାନ ନିଜ ପତାକା ଉଡାଇ ଆମେରିକାକୁ କରିଛି ଅସମ୍ମାନ କରିଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନର କାର୍ଯ୍ୟକଳାପ ଦେଖି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବର୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କାର୍ଯ୍ୟ ବ୍ୟବସ୍ଥାକୁ ନିନ୍ଦା କରିଛନ୍ତି ।

ଆଫଗାନିସ୍ତାନରୋ ତାଲିବାନ ଆତାଙ୍କ ଜାରି ରହିଥିବାବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ନିନ୍ଦା କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଫଗାନ ପଲିସି ଫେଲ୍ ମାରିବାକୁ ନେଇ ବାଇଡେନ୍ଙ୍କୁ ଦାୟୀ କରିଛନ୍ତି ଟ୍ରମ୍ପ । ତାଲିବାନ, ଆଫଗାନିସ୍ତାନରେ ପ୍ରଳୟ ଖେଳାଇଥିବାବେଳେ ଆମେରିକା ପ୍ରତି ତାର କୌଣସି ଭୟ ନାହିଁ କି ସମ୍ମନ ନାହିଁ । ଆଉ ତାର ଏଭଳି ଆଚରଣ ପାଇଁ ପ୍ରେସିଡେଂଟ୍ ବାଇଡେନ୍ ହିଁ ଦାୟୀ ବୋଲି ଟ୍ରମ୍ପ କହିଛନ୍ତି । ଆଫଗାନିସ୍ତାନର ଅବସ୍ଥା ନେଇ ନିକଟରେ ଡୋନାଲ୍ଡ ଟ୍ରମ୍ପ ଏକ ଷ୍ଟେଟମେଂଟ୍ ଜାରି କରିଛନ୍ତି ଯେଉଁଥିରେ ସେ ଜୋ ବାଇଡେନ୍ଙ୍କୁ ସମାଲୋଚନା କରିଛନ୍ତି । ଟ୍ରମ୍ପ ନିଜ ଷ୍ଟେଟମେଂଟ୍ରେ କହିଛନ୍ତି –

“ଆମେରିକାକୁ ଆଉ ତାଲିବାନ ଡରୁନି କି ସମ୍ମାନ ବି କରୁନି.. ଆମେରିକା ଦୂତାବାସରେ ତାଲିବାନ ନିଜ ପତାକା ଉଡାଇବା, ଆମେରିକା ପ୍ରତି କେତେ ବଡ ଅସମ୍ମାନ କଥା.. ଏହା ଆଫଗାନ୍ ପଲିସିର ଅସଫଳତାକୁ ସମ୍ପୂର୍ଣ୍ଣ ବୟାନ କରୁଛି.. ଏଥିସହ ପ୍ରେସିଡେଂଟ୍ ବାଇଡେନ୍ଙ୍କୁ ଦୁର୍ବଳତାକୁ ସ୍ପଷ୍ଟ ବର୍ଣ୍ଣନା କରୁଛି ।”

ଆଫଗାନିସ୍ତାନରେ ୫ ହଜାର ଆମେରିକୀୟ ସେନାକୁ ନିୟୋଜିତ କରିବା ପାଇଁ ବାଇଡେନ୍ ସରକାରଙ୍କ ଘୋଷଣା ପରେ ଟ୍ରମ୍ପ ଏହି ଷ୍ଟେଟମେଂଟ୍ ଜାରି କହିଛନ୍ତି ଫରେନ୍ ପଲିସି କ୍ଷେତ୍ରରେ ବାଇଡେନ୍ ସବୁବେଳେ ଭୁଲ ସାବ୍ୟସ୍ତ ହୋଇଛନ୍ତି । ଆଫଗାନିସ୍ତାନକୁ ନେଇ ବାଇଡେନ୍ଙ୍କ ପ୍ରତ୍ୟେକ ନିଷ୍ପତି ଭୂଲ ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି । ଟ୍ରମ୍ପ ନିଜ ଷ୍ଟେଟମେଂଟ୍ରେ ଆହୁରି ମଧ୍ୟ କହିଛନ୍ତି –

“ ସମସ୍ତେ ଜାଣିଛନ୍ତି ସେ ଚାପ ସମ୍ଭାଳି ପାରିବେ ନାହିଁ.. କୌଣସି ଯୋଜନା ବିନା ସେ ଆଫଗାନିସ୍ତାନ ଭିତରୁ ଏଭଳି ପଳାଇ ଆସିଲେ ଯେ, ତାଲିବାନ ପାଇଁ ଏହା ସୁଯୋଗ ସୃଷ୍ଟି କଲା.. ଆମ ପ୍ରତିନିଧି ତାଙ୍କୁ ସୂଚନା ଦେଇଥିଲେ ଯେ, ଏଭଳି ଏକ ଯୋଜନା ପ୍ରସ୍ତୁତ କରନ୍ତୁ ଯେ, ତାଲିବାନ ଯେପରି ଆମ ଲୋକଙ୍କୁ କ୍ଷତି ନପହଁଚାଏ କି, ଆମେରିକା ଦୂତବାସକୁ କବ୍ଚା କରିବା କଥା ଚିନ୍ତା ବି ନ କରିପାରେ.. ମାତ୍ର ସେଭଳି ହୋଇନାହିଁ.. ମୁଁ ଆଇଏସଏସ ରୁ ବାହାରିବା ପରେ ସେଭଳି ଏକ ପ୍ରତିବନ୍ଧକ ବନାଇଥିଲି.. ସେଭଳି ପ୍ରତିବନ୍ଧକ ଏବେ ମୁଁ ଦେଖିବାକୁ ପାଉ ନାହିଁ..

ଆଫଗାନିସ୍ତାନରେ ତାଲିବାନ ଏକପ୍ରକାର କବ୍ଚା କରି ସାରିଲାଣି । ଚାରିଆଡେ ତାଲିବାନ ଆତଙ୍କ ଦେଖିବାକୁ ମିଳୁଛି । ହାତରେ ବନ୍ଧୁକ ଧରି ତାଲିବାନ ସେନା ସବୁଆଡେ ଘୁରି ବୁଲୁଛନ୍ତି । ଆଉ କାବୁଲରେ ପ୍ରବେଶ କରିବା ପରେ ଏହି ଭୟବହତା ଚରମ ସ୍ତରରେ ପହଁଚି ସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe