କନକ ବ୍ୟୁରୋ: ଦୁର୍ଗମ ଅଂଚଳରୁ ସ୍କୁଲ ଉଠିଯିବା ନେଇ ଗାଁ ଲୋକଙ୍କ ରାସ୍ତା ଅବରୋଧ । ଛାତ୍ର ଛାତ୍ରୀ ରାସ୍ତା ଉପରେ ପଢିଲେ ପାଠ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ଆଖୁଆପଳା ପଂଚାୟତର ମୋହନପଶ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଏଠାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ହେଉନାହିଁ ଯାହାକୁ ନେଇ ଆଜି ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଅଭିନବ ଢଙ୍ଗରେ ୧୪୯ନମ୍ବର ଜାତୀୟ ରାଜପଥ କରିଛନ୍ତି ଅବରୋଧ ।

Advertisment

ଅଣ୍ଡା, ଚାଉଳ, ଖାତା ବହି, ଧରି ରାସ୍ତାରେ ପାଠ ପଢିବା ସାଙ୍ଗକୁ ଅଭିନବ ଢଙ୍ଗରେ ରାଜପଥ ଅବରୋଧ କରିଛନ୍ତି । ଏହିଖବର ବିଷୟରେ ବ୍ଲକଶିକ୍ଷା ଅଧିକାରୀ କହିଲେ ବିଦ୍ୟାଳୟ ନଉଠିବା ପାଇଁ ସରକାରଙ୍କୁ ଜଣାଇ ଦିଆଯାଇଛି । ଖୁବଶୀଘ୍ର ଏହାର ସମାଧାନ ହୋଇଯିବ । ଯେଉଁ ସ୍କୁଲରେ ୧୫ରୁ୨୦ ଜଣ ପିଲା ପାଠ ପଢୁଥିବେ ସେହିସ୍କୁଲ ଉଠିଯାଇ ଅନ୍ୟ ସ୍କୁଲରେ ମିଶିଯିବ ବୋଲି ନିଷ୍ପତି ହେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।