କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ପ୍ରବଳ ବିରୋଧ । ଦୁଇ ଦନିଆ କୋଲକାତା ଗସ୍ତରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନବନ୍ଦରରେ ପହଞ୍ଚିବା ପରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆର କିଛି ଆନ୍ଦୋଳନକାରୀ ଛାତ୍ର ‘ଗୋ ବ୍ୟାକ୍ ମୋଦି’ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଏପରିକି ଗସ୍ତ ସମୟ ସଂପର୍କରେ ସୂଚନା ପାଇବା ପରେ ଆନ୍ଦୋଳନକାରୀମାନେ ପୂର୍ବରୁ ହିଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନବନ୍ଦରରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ରହିଥିଲେ।

Advertisment

publive-imageଅନ୍ୟପେଟେ ଏସବୁ ଭିତରେ କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ମୋଦି ଏହି ଦୁଇଦିନିଆ ଗସ୍ତ ସମୟରେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ଜୟନ୍ତୀ ପାଳନ ଉତ୍ସବରେ ଯୋଗଦେବେ । ଏଥିସହ ସେ ଆନ୍ତାକାଲି ବେଲୁର ମଠରେ ରାମକୃଷ୍ଣ ପକ୍ଷରୁ ପାଳନ ହେବାକୁ ଥିବା ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ମଧ୍ୟ ଯୋଗ ଦେବେ।