କନକ ବ୍ୟୁରୋ : ପାଣି ପାଇଁ ପ୍ରତିବାଦ । ଗରା ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ । ବାରମ୍ବାର ଅଭିଯୋଗ କରିବା ପରେ ପିଇବା ପାଣି ନମିଳିବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ହାତରେ ଗରା ବାଲଟି ଧରି ରାଜପଥ ଅବରୋଧ କରିଛନ୍ତି କପ୍ତିପଦା ବ୍ଲକ ଆଦରପଦା ଗାଁର ଲୋକେ । ଦୀର୍ଘ ଦିନ ଧରି ଏହି ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏନେଇ ବାରମ୍ବାର ଉପରିସ୍ଥ ଅଧିକାରୀ ତଥା ଜନପ୍ରତିନିଧିଙ୍କୁ ଅବଗତ କରାଯାଇଛି । ହେଲେ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ ।

Advertisment

ଗ୍ରାମବାସୀମାନେ ପ୍ରାୟ ୬ ମାସ ହେଲା ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି । ଗାଁରେ ଥିବା ୨ଟି ନଳକୂପ ଦୀର୍ଘ ଦିନ ହେଲା ଅଚଳ ପଡିଛି ହେଲେ ମରାମତି କରାଯାଉନାହିଁ । ତେଣୁ ପିଇବା ପାଣି ଯୋଗାଇ ଦେବା ଦାବିରେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଯାହାଫଳରେ କପ୍ତିପଦା-କଳମଗଡିଆ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।