କନକ ବ୍ୟୁରୋ: ଖରା ବଢିଲା, ଗ୍ରାମାଞ୍ଚଳରେ ଜଳ ଯନ୍ତ୍ରଣା ବି ବଢିଲା । ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଥିବା ଲୋକ ଗରା ମାଠିଆ ଧରି ରାଜରାସ୍ତାକୁ ଚାଲି ଆସିଛନ୍ତି । ଆଠଗଡ ଏନଏସିର ୯ ଓ ୧୬ ନମ୍ବର ୱାର୍ଡର ପୁରୁଷ ଓ ମହିଳା ଖୁଂଟୁଣୀ ନରସିଂହପୁର ରାଜ୍ୟ ରାଜପଥର ଆଠଗଡ ବିରକିଶୋରପୁର ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘଦିନ ଧରି ପିଇବା ପାଣିର ସମସ୍ୟା ରହିଛି । ତିନି ଦିନ ହେଲା ବିଲକୁଲି ପାଣି ମିଳୁନାହିଁ । ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ବି କେହି କିଛି ପଦକ୍ଷେପ ନେଉନାହାନ୍ତି । ତେଣୁ ଲୋକମାନେ ଗରା ବାଲଟି ଧରି ରାଜପଥ ଉପରକୁ ଚାଲି ଆସିଛନ୍ତି । ଲୋକମାନେ ରାସ୍ତା ଉପରେ ବସିଥିବା ବେଳେ ନରସିଂହପୁର, ଅନୁଗୁଳ, ଢେଙ୍କାନାଳ ଯାଉଥିବା ଗାଡି ମଟର ଅଟକି ରହିଛି । ଯାତ୍ରୀମାନେ ଅସୁବିଧା ଭୋଗୁଥିବା ବେଳେ ଆଠଗଡ ଏସ୍ଡିପିଓ ଓ ଆଠଗଡ ଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରୁଛନ୍ତି ।
ଖରା ବଢିଲା, ଗ୍ରାମାଞ୍ଚଳରେ ଜଳ ଯନ୍ତ୍ରଣା ବଢିଲା । ଗରା, ବାଲଟି ଧରି ରାଜରାସ୍ତାରେ ଲୋକ ।
/kanak/media/post_attachments/wp-content/uploads/2024/02/Screen-Shot-2024-02-29-at-11.11.36-AM.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)