ଜିନ୍ଦଲ ସିମେଣ୍ଟ କାରଖାନା ଜନଶୁଣାଣିକୁ ସୁନ୍ଦରଗଡ କୁତ୍ରାରେ ତୀବ୍ର ବିରୋଧ । ଶେଷ ଦିନରେ ଏକାଠି ହେଲେ ହଜାର ହଜାର ଆଦିବାସୀ, ଆନ୍ଦୋଳନକାରୀଙ୍କ ଦାବି ଜୀବନ ଦେବୁ ପଛେ ଦେବୁନି ଜମି ।

95

କନକ ବ୍ୟୁରୋ : ୪ ଦିନ ହେଲା ସୁନ୍ଦରଗଡରେ ଚାଲିଛି ଆଦିବାସୀ ମାନଙ୍କ ଜୀବନ ପାଇଁ ଯୁଦ୍ଧ । ଗୋଟିଏ ପଟେ ଆଦିବାସୀ ମାନେ କମ୍ପାନୀକୁ ଜମି ଦେବା ପାଇଁ ଆଦୌ ରାଜିନଥିବା ବେଳେ ଯେକୌଣସି ମତେ ଜମି ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆଜି କୁତ୍ରାର ତେଲିଘଣାରେ ଥିବା ଜେଏସଡବଲ୍ୟୁ ସିମେଂଟ ପ୍ଲାଂଟର ସଂପ୍ରସାରଣ ପାଇଁ ଆଜି ପରିବେଶ ସଂପର୍କିତ ଜନଶୁଣାଣୀ ଥିବା ବେଳେ ସ୍ଥାନୀୟ ଆଦିବାସୀ ମାନେ ପୁଣି ରଣହୁଙ୍କାର ଦେଇଛନ୍ତି । ହାତରେ ହତିଆର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜନଶୁଣାଣି ସ୍ଥଳକୁ ଯିବା ପାଇଁ ଥିବା ରାସ୍ତାକୁ ବନ୍ଦ କରିଦେଇଛନ୍ତି ।

ସୁନ୍ଦରଗଡ କୁତ୍ରାରେ ତାତିଲେ ଆଦିବାସୀ । ଜେଏସଡବ୍ଲୁ କମ୍ପାନୀର ଜନଶୁଣାଣିକୁ ବିରୋଧ । ଜେଏସଡବ୍ଲ୍ୟୁ କମ୍ପାନୀର ସିମେଣ୍ଟ କାରଖାନାର ସମ୍ପ୍ରସାରଣ ବିରୋଧରେ ଏଥିଲା ସୁନ୍ଦରଗଡ କୁତ୍ରା ଅଂଚଳର ଆଦିବାସୀଙ୍କ ପୁଞ୍ଜିଭୂତ ଅସନ୍ତୋଷର ଚିତ୍ର । ଜମି, ଜଙ୍ଗଲ ହରାଇବା ଭୟରେ ଏକାଠି ହୋଇଛନ୍ତି । ତେଲିଘଣା ଅଞ୍ଚଳରେ ଥିବା ଚୂନପଥର ଖଣି ପାଇଁ ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ଥିଲା । କିନ୍ତୁ ପ୍ରଥମ ଦିନରୁ ଜନଶୁଣାଣିକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ ।

ଆନ୍ଦୋଳନକାରୀଙ୍କୁ ସମର୍ଥନ କରିବାକୁ ସ୍ଥାନୀୟ ବିଧାୟକ ଓ ପୂର୍ବତନ ସାଂସଦ ପହଞ୍ଚିଥିଲେ । ଯେଉଁମାନେ ବିସ୍ଥାପିତ ହେଉଛନ୍ତି ତାଙ୍କୁ ଜନଶୁଣାଣିରେ ମତ ରଖିବାକୁ ସୁଯୋଗ ଦେବାକୁ ପ୍ରଶାସନକୁ ତାଗିଦ କରିଥିଲେ । ଏତେ ବିରୋଧ ସତ୍ୱେ ପ୍ରଶାସନ ପକ୍ଷରୁ କୁହାଯାଇଛି କୌଣସି ବିରୋଧ ହୋଇ ନାହିଁ । ଆରାମରେ ଲୋକ ଆସି ନିଜ ମତ ଦେବା ପରେ ସେମାନେ ଯାଇଛନ୍ତି । ତେବେ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା ଓ ଜନଶୁଣାଣି ବେଶ ଗୁରୁତ୍ୱ ରଖୁଥିବାରୁ ପ୍ରଶାସନ କାହିଁକି ମିଛ କହୁଛି ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି ।