କନକ ବ୍ୟୁରୋ: ଜନଶୁଣାଣୀ ବେଳେ ପ୍ରବଳ ଉତେଜନା । ଶିଳ୍ପ ପ୍ରତିଷ୍ଠାକୁ ବିରାଧ କରି ରାୟଗଡ଼ା ସୁଙ୍ଗେରଠାରେ ବେଦାନ୍ତ ଗୋ-ବ୍ୟାକ୍ ନାରା ଦେଇଛନ୍ତି ହଜାର ହଜାର ଆଦିବାସୀ । ସିଜିମାଳି ଖଣି ଖନନକୁ ବିରୋଧ ପରେ ହୋଇପାରିନି ଜନଶୁଣାଣୀ । ଅଧାରୁ ଜନଶୁଣାଣୀ ଛାଡ଼ି ପଳାଇଲେ ଅଧିକାରୀ । ପ୍ରଦୂଷଣ ହେଲେ କିଏ ବୁଝିବ, ପୂର୍ବରୁ କେବେ କମ୍ପାନୀ ତାଙ୍କ କଥା ବୁଝିକି କି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଆଦିବାସୀ ।
ସମସ୍ତଙ୍କ ଭିତରେ ଅସନ୍ତୋଷ । ସମାନ ଢ଼ଙ୍ଗରେ ପ୍ରତିବାଦ । ଗୋ-ବ୍ୟାକ୍ ନାରା ଦେଇ ଖଣି ଖନନକୁ କରାଯାଉଛି ବିରୋଧ । ବେଦାନ୍ତ, ଯଦି ଖଣି ଖୋଳି ନେଇଯିବ, ସେମାନଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ । ଜଙ୍ଗଲ, ଜମି ଓ ଜୀବନ ଉଜୁଡ଼ିଯିବ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ସୁଙ୍ଗେର, ଜନଶୁଣାଣୀ ବେଳେ ପ୍ରବଳ ଉତେଜନା ଦେଖାଦେଇଛି । ଗୋ-ବ୍ୟାକ୍ ନାରା ଦେଇ ହଜାର ହଜାର ଆଦିବାସୀ, ସିଜିମାଳି ଖଣି ଖନନକୁ ବିରୋଧ କରିଛନ୍ତି । ଆଉ ଏହି ବିରୋଧ ଯୋଗୁଁ ହୋଇପାରିଲାନି ଜନଶୁଣାଣୀ ।
ରାୟଗଡ଼ା ସିଜିମାଳି ବକ୍ସାଇଟ୍ ଖଣି ପାଇଁ ପରିବେଶ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଜନଶୁଣାଣିକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଥିବା ବେଳେ ୧୧ ଜଣ ଫାଷ୍ଟ କ୍ଲାସ୍ ମାଜିଷ୍ଟ୍ରେଟ୍ ଉପସ୍ଥିତ ଥିଲେ । ଜନଶୁଶାଣୀକୁ ସୁଙ୍ଗେର ପଂଚାୟତ ସାଗବାରିଳ ଆଲିଗୁଣା, କଂଟାମା, ବଂତେଇ, ମାଲିପଦର ଗାଁର ଲୋକଙ୍କ ସମେତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜିଲ୍ଳା ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ । ହେଲେ ଅଞ୍ଚଳର ସ୍ୱାର୍ଥ ଓ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି, ଜନଶୁଶାଣିକୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା
ଯଦିଓ ସୁଙ୍ଗେର ଜନଶୁଣାଣୀଙ୍କୁ ଲୋକ ବିରୋଧ କରିଛନ୍ତି, ତଥାପି କଂପାନୀ ସପକ୍ଷରେ କିଛି ଲୋକମତ ରଖିଛନ୍ତି । ସେମାନଙ୍କର କହିବାର କଥା ହେଲା, ଖଣି ଯେଉଁଠି କାରଖାନା ସେଇଠି । ରାୟଗଡ଼ାରୁ ଖଣି ଖନନ କରାଯାଇ, ଅନ୍ୟ କୌଣସି ସ୍ଥାନରେ କାରଖାନା କରା କଲେ ସାମୂହିକ ଭାବେ ଖଣି ଖନନକୁ ବିିରୋଧ କରାଯିବ ବୋଲି କହିଛନ୍ତି । ଆଉ ଏସବୁ ଭିତରେ ଜଣଶୁଣାଣୀ କିନ୍ତୁ ହୋଇପାରିନାହଁ ।