ଜଗତସିଂହପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ତେଜିଲା ଦାବି । ଆଣ୍ଠେଇ ଆଣ୍ଠେଇ ଗୁହାରି କଲେ ବୁଦ୍ଧିଜୀବୀ, ଆଇନଜୀବୀ ଓ ସ୍ଥାନୀୟ ଲୋକେ ।

95

କନକ ବ୍ୟୁରୋ: ଆଣ୍ଠେଇ ଆଣ୍ଠେଇ ଓ ମୁଣ୍ଡିଆ ମାରି ନିଆରା ଢଙ୍ଗରେ ପ୍ରତିବାଦ । ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଅଭିନବ ବିକ୍ଷୋଭ । ସଙ୍ଗଠନ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ଗୁହାରିଆ ଯାତ୍ରା । ଆଣ୍ଠେଇକି, ମୁଣ୍ଡିଆ ମାରି ଜିଲ୍ଲାର ସ୍ୱାର୍ଥ ପାଇଁ ଗୁହାରିଆ ଯାତ୍ରା ଆରମ୍ଭ କରିଛି ସ୍ୱାସ୍ଥ୍ୟ ସୁରକ୍ଷା ସଙ୍ଗଠନ । ଆଇନଜୀବୀ ବସୁଦେବଙ୍କ ନେତୃତ୍ୱରେ ଆଇନଜୀବୀ, ବୁଦ୍ଧିଜୀବୀ, ପୂର୍ବତନ ସରପଂଚ, ବ୍ୟବସାୟୀ ପ୍ରମୁଖ ଯୋଗଦେଇ ସ୍ଥାନୀୟ ଥାନା ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ଆଣ୍ଠେଇକି ଏବଂ ମୁଣ୍ଡିଆ ମାରି ଗୁହାରି ଜଣାଉଛନ୍ତି ।