ପ୍ରବଳ ବର୍ଷା ସତ୍ତ୍ୱେ ନବରଙ୍ଗପୁରରେ ଭାରତ ବନ୍ଦ ପାଳନ । ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ

82

କନକ ବ୍ୟୁରୋ : ପ୍ରବଳ ବର୍ଷା ସତ୍ତ୍ୱେ ନବରଙ୍ଗପୁରରେ ଭାରତ ବନ୍ଦ ପାଳନ । କୃଷି ଆଇନ ବିରୋଧରେ କୃଷକ ସଂଘର ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳର ସମର୍ଥମ ମିଳିଛି । ଜିଲ୍ଲାର ବିଭିନ୍ନ ଛକ ସହ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନକାରୀ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ପ୍ରତିବାଦକାରୀମାନେ କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦେଉଥିବା ଦେଖାଯାଉଛି । ରାସ୍ତା ଅବରୋଧ ଫଳରେ ସହର ମଧ୍ୟଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ସହ ଅନ୍ୟ କଂଗ୍ରେସ କର୍ମୀମାନେ ଆନ୍ଦୋଳନକାରୀ କୃଷକଙ୍କ ସହିତ ସାମିଲ ହୋଇଛନ୍ତି ।