କନକ ବ୍ୟୁରୋ: ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ପ୍ରତିବାଦ । ପୋଡିୟମକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରିଥିଲେ । ପଲିଥିନରେ ଆଣିଥିବା ଡାଲି ଦେଖାଇଲେ ବିଜେପି ବିଧାୟକ । ଡାଲି ଫିଙ୍ଗିବାରୁ ଦୁଇ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ମୋହନ ମାଝି ଓ ମୁକେଶ ମହାଲିଙ୍ଗ ନିଲମ୍ବିତ ହୋଇଛନ୍ତି । ବିଜେପି ବିଧାୟକଙ୍କୁ କହିବାକୁ ସୁଯୋଗ ନଦେବାରୁ, ମେଣ୍ଟାଲ ହେଲଥ ଡିସଅର୍ଡର ଶବ୍ଦକୁ ବାଦ ଦାବି କରି ଗୃହରେ ହଙ୍ଗମା କରୁଥିଲେ ବିଜେପି ବିଧାୟକ ।