ଡାକ୍ତରଙ୍କୁ ମାଡ଼ ନେଇ ଏସସିବିରେ ଉତ୍ତେଜନା ! ଧାରଣାରେ ବସିଲେ ଡାକ୍ତର

26

କନକ ବ୍ୟୁରୋ: କଟକ ଏସସିବିରେ ଉତ୍ତେଜନା । ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟ ମାଡ଼ ମାରିବା ଅଭିଯୋଗରେ ଉତ୍ତେଜନା ଦେଖାଦେଇଛି । ପ୍ରତିବାଦରେ ଡାକ୍ତରୀ ଛାତ୍ରମାନେ କାଜୁଆଲଟି ସାମ୍ନାରେ ଧାରଣାରେ ବସିଛନ୍ତି । ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବିରେ ଧାରଣାରେ ବସିଛନ୍ତି ଜୁନିୟର ଡାକ୍ତର । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ଠପ୍ ହୋଇଯାଇଛି ।

ସୂଚନା ଅନୁଯାୟୀ ଗତ ରାତିରେ ମେଡିସିନ୍ ୱାର୍ଡର ଜଣେ ରୋଗୀର ମୃତ୍ୟୁ ହୋଇଥିଲା ଏବଂ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ରୋଗୀ ସମ୍ପର୍କୀୟମାନେ ଉପସ୍ଥିତ ଡାକ୍ତରଙ୍କୁ ଘେରି ଥିଲେ । ଯାହାକୁ ନେଇ ରୋଗୀ ସମ୍ପର୍କୀୟମାନେ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଡାକ୍ତର । ତେବେ ମେଡିକାଲ ଫାଣ୍ଡି ୩ଜଣ ରୋଗୀ ସମ୍ପର୍କୀୟଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।