କନକ ବ୍ୟୁରୋ : ସଂସଦରୁ ନୀଲମ୍ବିତ ସାଂସଦଙ୍କ ପ୍ରତିବାଦ । ସଂସଦ ପରିସର ଭିତରେ ଥିବା ଗାନ୍ଧୀ ମୂର୍ତି ତଳେ ହାତରେ ପ୍ଲା-କାର୍ଡ ଧରି ପ୍ରତିବାଦ କରିଛନ୍ତି ନୀଲମ୍ବିତ ସାଂସଦ । ଗତକାଲି ୧୩ଜଣ ଲୋକସଭା ସାଂସଦ ଓ ଜଣେ ରାଜ୍ୟସଭା ସାଂସଦଙ୍କୁ ଅବଶିଷ୍ଟ ଶୀତ ଅଧିବେଶନରୁ ନୀଲମ୍ବିତ କରାଯାଇଥିଲା ।

Advertisment

ସୁରକ୍ଷାରେ ତ୍ରୁଟିକୁ ନେଇ ଗୃହରେ ହଙ୍ଗାମା କରୁଥିବାରୁ ଏହି ସମସ୍ତ ସାଂସଦଙ୍କୁ ସସପେଣ୍ଡ କରାଯାଇଛି । ତେବେ ଗତକାଲି ସସପେଣ୍ଡ ହେବା ପରେ ଆଜି ସେମାନେ ଗାନ୍ଧୀ ମୂର୍ତି ତଳେ ପ୍ରତିବାଦ କରିଛନ୍ତି । କଥା କହିବା ପାଇଁ ନୀଲମ୍ବିତ ହୋଇଥିବା ପ୍ଲାକାର୍ଡରେ ଉଲ୍ଲେଖ କରିଛନ୍ତି ନୀଲମ୍ବିତ ସାଂସଦମାନେ ।