ପରୀକ୍ଷା ଦାବିରେ ତାତିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଲ’ କଲେଜ ଛାତ୍ରଛାତ୍ରୀ : ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଦେଲେ ଧାରଣା

743

କନକ ବ୍ୟୁରୋ : ପରୀକ୍ଷା ଦାବିରେ ତାତିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଲ’ କଲେଜ ଛାତ୍ରଛାତ୍ରୀ । ତୁରନ୍ତ ପରୀକ୍ଷା କରାଇବାକୁ କଲେ ଦାବି । ଏନେଇ ପୂର୍ବରୁ ହାଇକୋର୍ଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ମୁତାବକ କୋର୍ଟ ମଧ୍ୟ କୁଳପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ପିଲାଙ୍କର ଭବିଷ୍ୟତ ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନେବା ସହ ପରୀକ୍ଷା କରାଯାଉ । କୋର୍ଟଙ୍କ ନିର୍ଦ୍ଦେଶକୁ ୭ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା ଛାତ୍ରଛାତ୍ରୀ କଲେ ଅଭିଯୋଗ ।

୨ ବର୍ଷର ସେମିଷ୍ଟାର ମାର୍କସିଟ ଏପର୍ଯ୍ୟନ୍ତ ବାହାରିନି କି ୨ବର୍ଷ ମଧ୍ୟରେ ଗୋଟିଏ ବି ପରୀକ୍ଷା ହୋଇନି । ଯାହା ପାଇଁ ୩ବର୍ଷର ପିଲାମାନେ ପ୍ରଭାବିତ ହେଉଛନ୍ତି । ଏଥିପାଇଁ ଆଜି ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନାରେ ବ୍ୟାନର ଧରି ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ଦାବି ରଖିଛନ୍ତି ତୁରନ୍ତ ବିଶ୍ୱବିଦ୍ୟାଳୟରର କୁଳପତି ଓ ପରୀକ୍ଷଶ ନିୟନ୍ତ୍ରକ ଆସି ଆଲୋଚନା କରନ୍ତୁ । ଏବଂ ଏହାର ସମାଧାନ କରନ୍ତୁ ।