କନକ ବ୍ୟୁରୋ : ତୈଳଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ । ବାଇକ ପୋଡ଼ି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟିକସ କମେଇବାକୁ ଦାବି କଲା କଂଗ୍ରେସ । ଭୁବନେଶ୍ୱର ଖଣ୍ଡଗିରିରୁ ସାଇକେଲ ଶୋଭାଯାତ୍ରା କରି ବରମୁଣ୍ଡାରେ ବିକ୍ଷୋଭ ପ୍ରଦର୍ଶନ । ଦିନକୁ ଦିନ ପେଟ୍ରୋଲ ଓ ଡ଼ିଜେଲ ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି ।
ସେହିପରି ବାଲେଶ୍ୱରରେ ମଧ୍ୟ କଂଗ୍ରେସ କରିଛି ଆନ୍ଦୋଳନ । ସାଇକେଲ ଶୋଭାଯାତ୍ରା କରି ଆନ୍ଦୋଳନ କରିଛି କଂଗ୍ରେସ । କେନ୍ଦ୍ର ବିରୋଧରେ ରଣ ହୁଂକାର ଦେଇଛି କଂଗ୍ରେସ । ବାଲେଶ୍ୱର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସାଇକେଲ ରାଲି କରି ପ୍ରତିବାଦ କରିଛନ୍ତି । ଶଂଖ, ମୃଦଙ୍ଗ, ଝାଂଜ ବଜାଇ କିର୍ତନ କରି ପଦଯାତ୍ରା ଓ ସାଇକେଲ ରାଲି କରି ବରୋଧ ପ୍ରଦର୍ଶନ କରିଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/22-10.jpg)