କନକ ବ୍ୟୁରୋ : ଭୁବନେଶ୍ୱର ପାତ୍ରପଡାରେ ମୋ’ ବସ୍ ବନ୍ଦ କଲେ ଗ୍ରାମବାସୀ । ସକାଳୁ ପାତ୍ରପଡା ରୁଟ୍ ଦେଇ କୌଣସି ବସ୍ ଚାଲୁନାହିଁ । ମୋ ବସ୍ ଡିପୋ ସାମ୍ନାରେ ପାତ୍ରପଡ଼ା ନୋଡାଲ ହାଇସ୍କୁଲ ରହିଛି । ମୋ ବସ୍ ଡ୍ରାଇଭରମାନେ ମନ ଇଚ୍ଛା ଗାଡି ଚଳାଉଛନ୍ତି । ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ମୋ ବସ୍ କର୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ, ସ୍କୁଲ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ । ଏଥିରେ ସାମିଲ ହୋଇଥିଲେ ବିଧାୟକ ସୁରେଶ ରାଉତରାୟ । ଦୀର୍ଘ ସମୟ ଧାରଣାରେ ବସିବା ପରେ ଡିପୋର ପଛପଟେ ଥିବା କାନ୍ଥକୁ ଭଙ୍ଗା ଯାଇଛି । ବିଧାୟକ ସୁରେଶ ରାଉତରାୟ, ସ୍ଥାନୀୟ କର୍ପୋରେଟର, ସ୍ଥାନୀୟ ବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀ ସମସ୍ତେ ମିଳିତ ଭାବେ ପଶ୍ଚିମ ପଟର କାନ୍ଥକୁ ଜେସିବି ଲଗାଇ ଭାଙ୍ଗିଥିଲେ । କ୍ରୁଟ୍ କର୍ତୃପକ୍ଷଙ୍କ ସହ ଆଲୋଚନା ପରେ କାନ୍ଥ ଭାଙ୍ଗିବାକୁ ଅନୁମତି ମିଳିଥିଲା । ଆନ୍ଦୋଳନର ମାତ୍ର ୩ରୁ ୪ ଘଂଟା ମଧ୍ୟରେ ଦାବି ପୂରଣ ହୋଇଥିଲା ।