ଉସମାନିଆ ବିଶ୍ୱବିଦ୍ୟାଳୟରେ ସୁୁରକ୍ଷା ତ୍ରୁଟି । ଛାତ୍ରୀ ହଷ୍ଟେଲରୁ କାବୁ ହେଲେ ଦୁଇ ଅଜ୍ଞାତ, ନିଧୁର୍ମ ମାଡମାରିଲେ ଆକ୍ରୋଶିତ ଛାତ୍ରୀ

163

କନକ ବ୍ୟୁରୋ : ହାଇଦ୍ରାବାଦ ଉସମାନିଆ ବିଶ୍ୱବିଦ୍ୟାଳୟର ଏକାଠି ହୋଇଛନ୍ତି ଶହ ଶହ ସଂଖ୍ୟକ ଛାତ୍ରଛାତ୍ରୀ । ଚାଲିଛି ଧାରଣା । ପୁଲିସ ବୁଝାଇବାକୁ ଚେଷ୍ଟା କଲେ ବି ବୁଝିବାକୁ ନାରାଜ ଛାତ୍ରଛାତ୍ରୀ । ଶୁକ୍ରବାର ରାତିରେ ବିଶ୍ୱବିଦ୍ୟାଳୟରେ ସେତିକିବେଳେ ହୋହାଲ୍ଲା ଆରମ୍ଭ ହୋଇଥିଲା ଯେଉଁ ସମୟରେ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ସେମାନେ ଛାତ୍ରୀ ହଷ୍ଟେଲ ଭିତରେ ଦେଖିବାକୁ ପାଇଥିଲେ । ଛାତ୍ରୀ ହଷ୍ଟେଲର ବାଥରୁମରେ ଦୁଇଜଣ ଅଜ୍ଞାତ ଥିବା ଘଟଣା ବିଶ୍ୱବିଦ୍ୟାଳୟରେ ନିଆଁ ପରି ବ୍ୟାପିଥିଲା । ନ୍ୟାୟ ଦାବିରେ ଶହ ଶହ ସଂଖ୍ୟକ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି ।

ଶୁକ୍ରବାର ରାତିରେ ଅଜ୍ଞାତଙ୍କୁ କାବୁ କରିବା ପରେ ଉତ୍ୟେକ୍ତ ଛାତ୍ରଛାତ୍ରୀ ସେମାନଙ୍କୁ ନିଧୁର୍ମ ମାଡ଼ ମାରିଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ହାତଗୋଡ ବାନ୍ଧି, ମୁହଁରେ କାଳିମାରି ଅଭିଯୁକ୍ତଙ୍କୁ ବେଶ କିଛି ସମୟରେ ଧରି ଶାସ୍ତି ଦେଇଥିଲେ ଆକ୍ରୋଶିତ ଛାତ୍ରଛାତ୍ରୀ । ସୂଚନା ପାଇଁ ଘଟଣାସ୍ଥଳରେ ପହଁଚି ପୁଲିସ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।

ବିଶ୍ୱବିଦ୍ୟାଳୟରେ ଆବଶକୀୟ ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ସିସିଟିଭିଠୁ ନେଇ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇନି । ଏଭଳି ସ୍ଥିତିରେ ବିଶ୍ୱବିଦ୍ୟାଳୟ କିଭଳି ସୁରକ୍ଷିତ ବୋଲି ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ।