କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ ନବ ନିର୍ମାଣ କୃଷକ ସଙ୍ଗଠନରର ଆନ୍ଦୋଳନ । ବାଲିଅନ୍ତା ରାସ୍ତାରେ ବସିଥିବା ଚାଷୀ ନେତାଙ୍କ ସହିତ ଶହ ଶହ ଚାଷୀଙ୍କୁ ରାତି ଅଧରେ ଉଠାଇନେଇଛି କମିଶନରେଟ ପୁଲିସ । ୨୪ ଦଫା ଦାବି ନେଇ ଏହି ଚାଷୀମାନେ ଯାଜପୁରରୁ ଶାନ୍ତି ପଦଯାତ୍ରାରେ ଭୁବନେଶ୍ୱର ବାହାରିଥିଲେ । ଗତକାଲି ସକାଳୁ ବାଲିଅନ୍ତା ରାସ୍ତାରେ ସେମାନଙ୍କୁ ଅଟକାଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ ସଙ୍ଗଠନର କର୍ମୀମାନଙ୍କୁ ବାଲିଅନ୍ତା ହାଟରେ ଅଟକିବାକୁ କହିଥିଲା ପୋଲିସ । ହେଲେ ରାତିବେଳା ଚାଷୀ ନେତା ହୋ ହାଲ୍ଲା କରିଥିଲେ । ଶେଷରେ ଡିସିପି ପ୍ରତିକ ସିଂଙ୍କ ନିର୍ଦ୍ଦେଶ କ୍ରମେ ୨୦୦ରୁ ଅଧିକ କର୍ମୀଙ୍କୁ ଜୋର ଜବରଦସ୍ତି ଉଠାଇ ଆଣିଥିଲେ ପୋଲିସ ଭ୍ୟାନଙ୍କୁ । ତେବେ ନବନିର୍ମାଣ କୃଷକ ସଙ୍ଗଠନର ଏଭଳି ଆନ୍ଦୋଳନକୁ ରାଜ୍ୟ ସରକାର ନାପସନ୍ଦ କରିଛନ୍ତି । ଚାଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରି ସଙ୍ଗଠନରର କର୍ମକର୍ତ୍ତାମାନେ ଆଇନକୁ ହାତକୁ ନେଉଛନ୍ତି । ଯେଉଁଥିପାଇଁ ଟ୍ରାଫିକ ସମସ୍ୟାଠୁ ଆରମ୍ଭ କରି ବିଭିନ୍ନ ସମସ୍ୟା ଉପୁଜୁଛି ବୋଲି ସରକାର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/vlcsnap-2022-10-19-08h15m10s305.png)