ମଦ ବିରୋଧରେ ତାତିଲେ ମହିଳା । ବ୍ୟବସାୟ ବନ୍ଦ କରିବାକୁ ଏକାଠି ହେଲେ ଶହଶହ ମହିଳା ଓ ଗାଁର ଲୋକେ, ନମାନିଲେ ଆଗକୁ ଆନ୍ଦୋଳନ ଚେତାବନୀ

167

କନକ ବ୍ୟୁରୋ : ଦେଶୀ ମଦ ଦୋକାନକୁ ବିରୋଧ । ପ୍ରସ୍ତାବିତ ଦେଶୀ ମଦ ଦୋକାନକୁ ବିରୋଧ କରି ଯାଜପୁର ଜିଲପାଳଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା ଓ ଗ୍ରାମବାସୀ । ଯାଜପୁର ଜିଲା ବରୀ ବ୍ଲକ ଅରଙ୍ଗାବାଦରେ ପ୍ରସ୍ତାବିତ ଦେଶୀ ମଦ ଦୋକାନକ ୁବିରୋଧ କରି ଯାଜପୁରଜିଲ୍ଲା ପ୍ରଶାସନକୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସରପଂଚ ନିରୂପମା ମଲ୍ଲିକଙ୍କ ନେତୃତ୍ୱରେ ପଂଚାୟତବାସୀ ଆସି ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଦେଶୀ ମଦ ଦୋକାନକୁ ବନ୍ଦ କରିବାକୁ ଦାବି କରିଛନ୍ତି । ଏଠାରେ ମଦ ଦୋକାନ ଖୋଲାଗଲେ ସ୍ଥାନୀୟ ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟ ିହେବାର ଆଶଙ୍କା କରିଏ ହି ଦାବିପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ଏହି ପ୍ରସ୍ତାବିତ ମଦ ଦୋକାନ ବନ୍ଦ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବବୋଲିଚେତାବନୀ ଦିଆଯାଇଛି ।