ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିନବ ପ୍ରତିବାଦ । ପାଣି ସମସ୍ୟାର ସମାଧାନ ପାଇଁ ପାଣି ଟାଙ୍କି ଉପରେ ଚଢି ପ୍ରତିବାଦ । 

105

କନକ ବ୍ୟୁରୋ: ଦାବି ପୂରଣ ପାଇଁ  ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିନବ ପ୍ରତିବାଦ । ପାଣି ଟାଙ୍କି  ଉପରେ ଚଢି ପ୍ରତିବାଦ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ । ବଲାଙ୍ଗୀର ପାଟଣାଗଡ ବେଲପଡା ବ୍ଲକ ଧୁମଭଟ୍ଟା ପଞ୍ଚାୟତରୁ ଆସିଛି ଏଭଳି ଖବର ।  ବ୍ଲକର ଅନେକ ସ୍ଥାନରେ ଦୀର୍ଘଦିନ ହେଲା ପାଣି ଟାଙ୍କି ଅଚଳ ହୋଇପଡିଛି । ଆଉ ଏହାର ସମାଧାନ ଦାବିରେ  ବେଲପଡା ବ୍ଲକ ୨୫ ଓ  ୨୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ  ୩ ଦିନ ହେଲା ଧାରଣା ଦେଇଥିଲେ । କିନ୍ତୁ ଦାବି ପୂରଣ ନ ହେବାରୁ  ପାଣି ଟାଙ୍କିକୁ ଚଢି ଧାରଣା ଦେଇଛନ୍ତି ଅନିମା ଦାସ ଓ ଶବ୍ଦ ମିର୍ଦ୍ଧା ।  ଦାବି ପୂରଣ  ନ ହେବା ଯାଏଁ  ପାଣି ଟଙ୍କା ଉପରୁ ଓହ୍ଲାଇବେ ନାହିଁ ବୋଲି ଜିଲ୍ଲାପରିଷଦ ସଦସ୍ୟ  ଜିଦ୍ ଧରିଛନ୍ତି ।