କନକ ବ୍ୟୁରୋ: ଅଘୋଷିତ ପାୱାରକଟ୍କୁ ନେଇ ଜାରି ରହିଛି ପ୍ରତିବାଦ । ଭୁବନେଶ୍ୱର ଗ୍ରୀଡକୋ କାର୍ଯ୍ୟାଳୟକୁ ଘେରାଉବେଳେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ହୋଇଛି ଠେଲାପେଲା । ସେପଟେ ବିଜୁଳି ଭିତ୍ତିଭୂମିରେ ମହାଦୁର୍ନୀତି ଅଭିଯୋଗ ନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେପି । ଏହାରି ଭିତରେ ବଡ ପ୍ରଶ୍ନ ରାଜ୍ୟରେ ବିଜୁଳି ସମସ୍ୟା କେବେ ଦୂର ହେବ ?

Advertisment
  • ଅଘୋଷିତ ବିଦ୍ୟୁତ କାଟର ପ୍ରତିବାଦ
  • ପୋଲିସ- କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ଗ୍ରୀଡକୋ ଅଫିସକୁ ଟମାଟୋ ମାଡ

ଅଘୋଷିତ ବିଦ୍ୟୁତ କାଟ ଓ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷାଭ ପ୍ରଦର୍ଶନ । ପିସିସି ସଭାପତିଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । ରାଜଧାନୀର ଗ୍ରୀଡକୋ ଅଫିସକୁ ବ୍ୟାରିକେଡ ଡେଇଁ ଧସେଇ ପଶିବା ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ଗ୍ରୀଡକୋ ଅଫିସକୁ କଂଗ୍ରେସ କର୍ମୀ ଟମାଟୋ ମାଡ କରିଥିବା ଦେଖିବାକୁ ମିଳିଛି । ପରେ ରାଜରାସ୍ତାକୁ ଆସି ପ୍ରତିବାଦ କରିଛି କଂଗ୍ରେସ ।

  • ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି
  • ବିଜୁଳି ଭିତିଭୂମିରେ ମହାଦୁର୍ନୀତିର ଅଭିଯୋଗ

ଅଘୋଷିତ ବିଜୁଳି କାଟକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଏକ ଦାବି ପତ୍ର ଦେଇ ଦଳ ଦାବି ବିଜୁଳି ଭିତ୍ତିଭୂମିରେ ୧୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା କରାଯାଉ ଏବଂ ଶକ୍ତି ମନ୍ତ୍ରୀ ଦାୟିତ୍ୱରେ ଥିବା ସମସ୍ତ ମନ୍ତ୍ରୀମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦଳ ଦାବି ରଖିଛି ।

ବିଜୁଳି କାଟ କେମିତି ସମସ୍ୟା ସୃଷ୍ଟି କରୁଛି ତାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବ୍ରଜରାଜନଗରରେ । ପ୍ରକଳ୍ପ ଉଦଘାଟନ ବେଳେ ଲାଇନ କଟିଯିବାରୁ ମୋବାଇଲ ଟର୍ଚ୍ଚରେ କାମ ଚଳାଇ ନେଇଛନ୍ତି ବିଧାୟିକା ଅଳକା ମହାନ୍ତି । ସେପଟେ ବିଦ୍ୟୁତକାଟ ପ୍ରତିବାଦରେ ଢେଙ୍କାନାଳ ଟିପିିସିଓଡିଏଲ ଅଫିସରୁ କର୍ମଚାରୀଙ୍କୁ ବାହାର କରିଦେଇ ତାଲା ପକାଇଦେଇଥିଲେ ବିଜେପି କର୍ମୀ ।