କନକ ବ୍ୟୁରୋ: ନବରଙ୍ଗପୁର ମନ୍ତ୍ରୀଗୁଡା ପଞ୍ଚାୟତ ପକନାଗୁଡା ଗାଁରେ ବିଦ୍ୟୁତକାଟ ନେଇ ଜନଅସନ୍ତୋଷ । ବିଳମ୍ବିତ ରାତିରେ ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରୀଡ କାର୍ଯ୍ୟାଳୟ ଆଗରେ ଲୋକଙ୍କ ବିକ୍ଷୋଭ ।

Advertisment

ପ୍ରାୟ ଏକମାସ ଧରି ପକନାଗୁଡା ଗାଁରେ ବାରମ୍ବାର ବିଦ୍ୟୁତକାଟ ହେଉଛି । ଗ୍ରାମବାସୀ ଏ ସମ୍ପର୍କରେ ଅଭିଯୋଗ କରିବା ସତ୍ୱେ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି । ଅଘୋଷିତ ବିଦ୍ୟୁତକାଟ ଯୋଗୁଁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଉଛି । ଅସହ୍ୟ ଗରମ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଏବଂ ଜଳଯୋଗାଣରେ ସମସ୍ୟା ହେତୁ ଲୋକମାନେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ବିଦ୍ୟୁତକାଟ ସମସ୍ୟାର ସମାଧାନ ନ ହେବା ଯାଏଁ ତମ୍ବୁ ଲଗାଇ ରାତି କାଟିବୁ ବୋଲି କହିଛନ୍ତି ଗ୍ରାମବାସୀ ।