କନକ ବ୍ୟୁରୋ: ଗାଁ ମଝିରେ ହଟହଟା ହେଲା ପୁଲିସ । ପୁଲିସକୁ ଗାଡି ଆଗରେ ଶୋଇ ପୁଲିସ କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବେଣୀପୁର ଗାଁରେ । ଘର ତୋଳାକୁ କେନ୍ଦ୍ର କରି ବେଣୀପୁର ଗାଁରେ ଚାପା ଉତେଜନା ଲାଗି ରହିଛି । ଗାଁରେ ଉତେଜନା ଖବର ପାଇଁ ସମାଧାନ କରିବାକୁ ଯାଇଥିବା ପୁଲିସକୁ ବିରୋଧର ସାମ୍ନା କରିବାକୁ ପଡିଛି ।
ତେବେ ପୁଲିସ ଗୋଟିଏ ପକ୍ଷର କଥା ଶୁଣି କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରି ଅନ୍ୟପକ୍ଷର ଲୋକେ ପୁଲିସ ଗାଡି ତଳେ ଶୋଇବାରୁ ଗୋପ ଥାନା ଏଏସଆଇ ଓ ପୁଲିସ କର୍ମଚାରୀ ଅଟକ ରହିଛନ୍ତି । ଏପରିକି ପୁଲିସ ଏବଂ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସବୁଠାରୁ ବଡ଼କଥା ହେଲା କି, ଦୀର୍ଘ ୪ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ରାସ୍ତା ଉପରେ ପୋଲିସ ଗାଡ଼ି ଅଟକାଇ ରଖିଥିଲେ ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/Screen-Shot-2020-01-26-at-4.47.23-PM.png)