ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ପ୍ରତିଶୋଧର ନିଆଁ! ମୋଦି କହିଲେ, ଭୁଲ କରିଛନ୍ତି ଆତଙ୍କବାଦୀ, ଦେବାକୁ ହେବ ବହୁ ମୂଲ୍ୟ

333

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ହମଲା ଘଟଣାକୁ ସାରା ଦେଶରେ ବିରୋଧ । ପାକିସ୍ତାନ ସରକାରକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ରକ୍ଷା ମନ୍ତ୍ରୀଙ୍କର କୁଶ ପୁତଳିକା ଦାହ କରିଥିଲେ । କେନ୍ଦ୍ର ସରକାର ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ବିକ୍ଷୋଭକାରୀମାନି ଦାବି କରିଛନ୍ତି ।

ଜାମ୍ମୁକାଶ୍ମୀର କାଠୁଆ ଅଂଚଳରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଜୋରଦାର ବିରୋଧ । ସ୍ଥାନୀୟ ଲୋକେ ଆତଙ୍କବାଦୀ ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି । ପିଲାଠାରୁ ଆରମ୍ଭ କରି ଯୁବପୀଢି ଏବଂ ବୟସ୍କ ସମସ୍ତେ ସାମିଲ ହୋଇଛନ୍ତି ଏହି ପ୍ରତିବାଦରେ । ସମସ୍ତେ ଗୋଟିଏ କଥା କହୁଛନ୍ତି ଆକ୍ରମଣର କଡା ଜବାବ ଦିଆଯାଉଛି । ପାକିସ୍ତାନ ଠାରୁ ବଦଲା ନେଉ ଭାରତ । ଯବାନଙ୍କ ମୃତ୍ୟୁକୁ ଏମିତି ସହଜରେ ଛାଡି ଦିଆଯିବ ନାହିଁ ।

ବାରଣାସୀରେ ମଧ୍ୟ ପାକିସ୍ତାକୁ ବିରୋଧର ଅନୁରୁପ ଦୃଶ୍ୟ ଦେଖିବାକୁ ମିଳିଥିଲା । ହାତରେ ପାକିସ୍ତାନ ବିରୋଧି ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଇଥିଲେ ଶହ ଶହ ସଂଖ୍ୟାରେ ଲୋକ । ଆତଙ୍କବାଦୀ ଆକ୍ରମଣର ଦୃଢ ପ୍ରତିବାଦ କରିବା ସହିତ ଆଗକୁ ଏହାର ଜବାବ ଦେବାକୁ ହେବ ବୋଲି କହିଛନ୍ତି ବିକ୍ଷୋଭକାରୀ ।

ମୁମ୍ବାଇରେ ଶିବସେନା ପକ୍ଷରୁ ଆତଙ୍କବାଦୀ ଆକ୍ରମଣର ଦୃଢ ପ୍ରତିବାଦ କରାଯାଇଥିଲା । ଶିବସେନାର ସହ ସହ କର୍ମୀ ପାକିସ୍ତାନ ମନ୍ତ୍ରୀ ଓ ଅଧିକାରୀଙ୍କ କୃଶପୁତଳିକା ଦାହ କରିଥିଲେ । ଏପରି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସହିତ ସେମାନେ ଅଛନ୍ତି । ଆଉ ଭାରତ ସରକାର ପାକିସ୍ତାନକୁ ସଠିକ ସମୟରେ ସଠିକ ଉତର ଦେବ ବୋଲି କହିଛନ୍ତି ଶିବନେନା କର୍ମୀ ।

ପୁଲୱାମା ଆତଙ୍କୀ ହମଲା ସାରା ଦେଶକୁ ଦୋହଲାଇଦେଇଥିବା ବେଳେ ପାକିସ୍ତାନ ବିରୋଧୀ ସ୍ୱର ତୀବ୍ର ହୋଇଛି । ସାରା ଦେଶରେ ଦେଖିବାକୁ ମିଳିଛି ବିରୋଧ ଓ ପ୍ରତିବାଦ । ସହିଦ ଯବାନଙ୍କ ମୃତ୍ୟୁ ବୃଥା ରେ ଯିବନି ବରଂ ଭାରତ ସରକାର ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିବାର ସମୟ ଆସିଛି ବୋଲି ପ୍ରତିକ୍ରିୟାଶୀଳ ହୋଇ କହିଛନ୍ତି ବିକ୍ଷୋଭକାରୀା

ପୁଲୱାମା ଆତଙ୍କବାଦୀ ହମଲା ପରେ ସାରା ଦେଶରେ ଜଳୁଛି ପ୍ରତିଶୋଧର ନିଆଁ । ଆଉ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିକୁ ଅଧ୍ୟକ୍ଷତା କରିବା ପରେ ମୋଦି କହିଛନ୍ତି ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ସ୍ଥାନ ଓ ସମୟ ନିର୍ଦ୍ଧାରଣ କରି ଆତଙ୍କବାଦୀଙ୍କୁ ସେମାନେ ଜବାବ ଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀ ଏକାଠି ହେବା ସହ ଆତଙ୍କବାଦକୁ ମୁଳପୋଛ କରିବା ପାଇଁ ସମଗ୍ର ବିଶ୍ୱବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି ।