ନବରଙ୍ଗପୁରରେ ବିଜେଡ଼ି ନେତାଙ୍କୁ ବିରୋଧ : କୃଷି ସୂଚନା କେନ୍ଦ୍ର ଉଦଘାଟନ ପାଇଁ ଯାଇଥିବା ସଂଜୟ ଓ ପ୍ରଣବଙ୍କ ବାଟ ଓଗାଳିଲେ ଚାଷୀ ଓ ବିଜେପି ନେତା

ମଣ୍ଡିରୁ ଧାନ ଉଠାଇବା ଦାବିରେ ପ୍ରତିବାଦ; ନେତାଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ ଆନ୍ଦୋଳନକାରୀ

290

କନକ ବ୍ୟୁରୋ : ଉଦଘାଟନୀ କାର୍ଯ୍ୟକ୍ରମରେ ବାଟ ଓଗାଳିଲେ ଚାଷୀ ଓ ବିଜେପି ନେତା । ନବରଙ୍ଗପୁର ଗ୍ରସ୍ତରେ ଯାଇଥିବା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାଶବର୍ମା ଏବଂ ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏକ କାର୍ଯ୍ୟକ୍ରମରେ ହଟଗୋଳ କରିଛନ୍ତି ଚାଷୀ । ଜିଲ୍ଲା ଗ୍ରସ୍ତରେ ଯାଇଥିବା ଦୁଇ ନେତା ସେଠାରେ ଅନେକ ଯୋଜନାର ଉଦଘାଟନ କରିଥିଲେ । ସଂଧ୍ୟା ସମୟରେ ନବରଙ୍ଗପୁର ଆରଏମସି କାର୍ଯ୍ୟାଳୟ ଠାରେ ନିର୍ମିତ ହୋଇଥିବା କୃଷକ ସୂଚନା କେନ୍ଦ୍ର ଉଦଘାଟନ ହେବା ସମୟରେ ବାଧା ସୃଷ୍ଟି କରିଥିଲେ ଚାଷୀ ଆଉ ବିଜେପି ନେତା ।

ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ କେନ୍ଦ୍ରକରି ଆରଏମସି ଫାଟକ ସମ୍ମୁଖରେ ଧାରଣାରେ ବସି ରହିବା ସହ ଉଦଘାଟନୀ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ । ଜିଲ୍ଲାପାଳ, ଏସପି ବୁଝାସୁଝା କରିଥିଲେ ମଧ୍ୟ ଫାଟକ ସାମ୍ନାରୁ ଉଠି ନଥିଲେ । କିଛି ସମୟ ପରେ ଘଟଣା ସ୍ଥଳରେ ସଂଜୟ ଦାସ ବର୍ମା ଓ ପ୍ରଣବ ପ୍ରକାଶ ଦାସ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ମଣ୍ଡିରୁ ଧାନ ଉଠାଯିବାକୁ ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣରୁ ହଟିଥିଲେ ଆନ୍ଦୋଳନକାରୀ ।