ଝାଡ଼ଖଣ୍ଡରେ କେହି ପଢିପାରିବେନି ଓଡିଆ । ଝାଡ଼ଖଣ୍ଡ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ । ସେପଟେ କୋଟିଆରେ ଲାଗିଛି ତେଲୁଗୁ ନାମଫଳକ ।

240

କନକ ବ୍ୟୁରୋ : ଓଡ଼ିଶା ପାଇଁ ଚିନ୍ତା ବଢାଇଛନ୍ତି ପଡୋଶୀ ରାଜ୍ୟ । ୨୦୧୧ରେ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାର ଦେଇଥିବା ମାନ୍ୟତା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତିି । ଯାହାକୁ ନେଇ ଝାଡ଼ଖଣ୍ଡରେ ବିରୋଧ ଆରମ୍ଭ ହୋଇଯାଇଛି । ସେପଟେ ଓଡ଼ିଶା-ଆନ୍ଧ୍ର ସୀମା କୋଟିଆରେ ତେଲୁଗୁ ନାମଫଳକ ଲଗାଇବାକୁ ନିନ୍ଦା କରିଛନ୍ତି କୋରାପୁଟ ଜିଲ୍ଲାପାଳ । ବାତ୍ୟାର ଆଢୁଆଳରେ ଅସାମାଜିକ ମାନେ ଏଭଳି କାମ କରୁଥିବା ସେ କହିଛନ୍ତି । ଦୁଇ ସୀମାରେ ଦୁଇ ରାଜ୍ୟର ମନମାନୀ ପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି କି ନାହିଁ ।

ଦକ୍ଷିଣରେ ଆନ୍ଧ୍ର ଓ ଉତ୍ତରରେ ଝାଡଖଣ୍ଡ ଓଡିଶାକୁ ଦେଇଛନ୍ତି ଚ୍ୟାଲେଞ୍ଜ । ବିବାଦୀୟ କୋଟିଆରେ ଆନ୍ଧ୍ର ତେଲୁଗୁରେ ନାମଫଳକ ଲଗାଇଛି ତ ଝାଡଖଣ୍ଡରେ ଦ୍ୱିତୀୟ ଭାଷା ମାନ୍ୟତାରୁ ବାଦ୍ ପଡିଛି ଓଡିଆ । ଆଉ ଏହା ଆଗକୁ ବିବାଦ ବଢେଇବାକୁ ଯାଉଛି ।

ପୁଣି ଚର୍ଚ୍ଚାରେ କୋଟିଆ । ତେଲୁଗୁରେ ଫଳକ ଲଗାଇ ଆନ୍ଧ୍ରର ନାଲିଆଖି । ଗୁଲାବର ମୁକାବିଲା ପାଇଁ କୋରାପୁଟ ପ୍ରଶାସନ ବ୍ୟସ୍ତ ରହିଥିବା ବେଳେ ଏହାର ଫାଇଦା ଉଠାଇ ନାଲିଆଖି ଦେଖାଇଛି ଆନ୍ଧ୍ର । ବିବାଦୀୟ କୋଟିଆର ୪ ଗାଁରେ ମାରିଛି ତେଲୁଗୁ ନାମଫଳକ । କୋଟିିଆ, ସଲପଗୁଡା, ଡୋଳିଆମ୍ବ, ଫାଟୁସିନେରୀ ଭଳି ଗାଁରେ ଏହି ନାମଫଳକ ଲଗାଇଛି ପଡୋଶୀ ଆନ୍ଧ୍ର । କୋଟିଆର ଏକତରଫା ପଞ୍ଚାୟତ ନିର୍ବାଚନକୁ କାଉଣ୍ଟର କରିବାକୁ ଓଡିଶା ପ୍ରସ୍ତୁତ ହେଉଥିବାବେଳେ ଆନ୍ଧ୍ର ନାମଫଳକ ଲଗାଇ ସିଧାସଳଖ ଓଡିଶାକୁ ଚ୍ୟାଲେଞ୍ଜ ଦେଇଛି ।

ଝାଡଖଣ୍ଡରେ କେହି ପଢିପାରିବେନି ଓଡିଆ । ଓଡିଆ ଦ୍ୱିତୀୟ ଭାଷା ମାନ୍ୟତାରୁ ବାଦ୍ । ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷା ମାନ୍ୟତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତିିି । ଯାହାକୁ ନେଇ ଝାଡ଼ଖଣ୍ଡରେ ବିରୋଧ ଆରମ୍ଭ ହୋଇଯାଇଛି । ଝାଡ଼ଖଣ୍ଡର ସଢେଇଖଳା, ଖରସୁଆଁ, ସିଂହଭୂମ ଆଦି ଅଞ୍ଚଳରେ ଶତାଧିକ ଲୋକ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ନିଷ୍ପତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏହାକୁ ବିରୋଧ କରି ଆଜି ସଢେଇଖଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଆ ଭାଷାଭାଷୀ ଲୋକ ବିକ୍ଷୋଭ କରିଛନ୍ତି ।

୨୦୧୧ରେ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାର ମାନ୍ୟତା ପ୍ରଦାନ କରିଥିଲେ । ଝାଡଖଣ୍ଡର ସଢେଇଖଳା, ଖରସୁଆଁ, ସିଂହଭୂମ ଅଂଚଳର ଲକ୍ଷ ଲକ୍ଷ ଲୋକ ଓଡିଆ ପଢିଥାନ୍ତି । ଏହି ଅଞ୍ଚଳରେ ଅନେକ ଓଡିଆ ସ୍କୁଲ ଥିବାବେଳେ ଏବେ ଏହାର ଭବିଷ୍ୟତ କଣ ହେବ, ତାହା ଏକ ବଡ ପ୍ରଶବାଚୀ ସୃଷ୍ଟି କରିଛି ।