କନକ ବ୍ୟୁରୋ: ବେଆଇନ୍ ପରିବହନକୁ ବିରୋଧ । ଅଣା-ସମଣା ରାସ୍ତାରେ ଦୈନିକ ଶହ ଶହ ଭାରିଯାନ ଚଳାଚଳକୁ ବିରୋଧ କଲେ କେନ୍ଦୁଝର ହାଟଡିହି ବ୍ଲକର ରମ୍ପାସ ଗ୍ରାମବାସୀ । ଅଣାଠାରୁ ବଡ଼ରମ୍ପାସ ପର୍ଯ୍ୟନ୍ତ ରାସ୍ତାକଡ଼ରେ ୧୦ରୁ ଅଧିକ ସ୍କୁଲ ଥିବା ବେଳେ ଶହ ଶହ ଛାତ୍ରୀ ଏହି ରାସ୍ତା ଦେଇ ଯାତାୟତ କରନ୍ତି । ରାସ୍ତାଦେଇ ଅଧିକ ସଂଖ୍ୟାର ଭାରିଯାନ ଚଳାଚଳ କରିବା ଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି । ହାଇୱା ଓ ୧୦ଚିକିଆ ଟ୍ରକରେ ବାଲି ପରିବହନର କୌଣସି ନିୟମ ନଥିବା ବେଳେ କାହିଁକି ଏସବୁ ଗାଡ଼ିରେ ବାଲି ପରିବହନ କରାଯାଉଛି ବୋଲି ଗାଁଲୋକ ପ୍ରଶ୍ନ କରିଛନ୍ତି । ଯାହାକୁ ପ୍ରତିବାଦ କରି ୫୦ରୁ ଅଧିକ ଗ୍ରାମବାସୀ ଅଣା-ସମଣା ରାସ୍ତାର ବଡ଼ରମ୍ପାସ ଠାରେ ବାଲି ବୋଝେଇ ହାଇୱା ଓ ଟ୍ରକକୁ ଅଟକ ରଖିଛନ୍ତି ।
ଘଟଣାସ୍ଥଳରେ ଆନନ୍ଦପୁର ଏସଡିପିଓ, ନନ୍ଦିପଦା ଥାନା ଆଇଆଇସି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ବୁଝିନଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/vlcsnap-2022-10-18-19h05m29s846.png)