କନକ ବ୍ୟୁରୋ: ଶାଢୀରେ ଲେଖାଥିଲା ଆଇ ଲଭ ୟୁ । ଯାହାକୁ ନେଇ ଘଟିଲା ତୁମୁଳକାଣ୍ଡ । ରାଜରାସ୍ତାକୁ ଓହ୍ଲାଇଲେ ଲୋକ । ଘଟଣାଟି ହେଉଛି ରାଜସ୍ଥାନର । ଏହି ମାମାଲା ପୁରା ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ରାଜସ୍ଥାନର କରୋଲି ଜିଲ୍ଲାର ମୀଣା ସମାଜର ଲୋକ ଶାଢୀରେ ଲେଖାଥିବା ଆଇ ଲଭ ୟୁର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ଲୋକମାନେ ଅଭିଯୋଗ କରିଛନ୍ତି କି ବ୍ୟବସାୟୀ ମାନେ ନିଜର ବ୍ୟବସାୟ ବୃଦ୍ଧି କରିବା ପାଇଁ ସ୍ଥାନୀୟ ସଂସ୍କତିକୁ ମଧ୍ୟ ନଜର ଅନ୍ଦାଜ କରିଦେଇଛନ୍ତି ।
ଲୋକଙ୍କର କହିବା କଥା ହେଉଛି କି ଗୋଟିଏ ପଟେ କେନ୍ଦ୍ର ସରକାର ମହିଳା ଏବଂ ଝିଅ ମାନଙ୍କର ସୁରକ୍ଷା ପାଇଁ କିପରି କରିହେବ ସେ ନେଇ ଅଧିକ ପଦକ୍ଷେପ ନେଉଥିବା ବେଳେ ସେଠି ଶାଢୀ ବ୍ୟବସାୟୀ ଶାଢୀରେ ଆଇ ଲଭ ୟୁ ପ୍ରିଣ୍ଟ କରି ବଜାରରେ ବିକ୍ରି କରୁଛନ୍ତି । ଯାହାର ଏକ ଖରାପ ପ୍ରଭାବ ଯୁବ ସମାଜ ଉପରେ ପଡୁଛି । ତେବେ ମୀଣା ସମାଜର ଲୋକ ଟୋଡାଭୀମ ଉପଖଣ୍ଡ ମୁଖ୍ୟାଳୟ ପହଞ୍ଚିଲେ ଏବଂ ସେମାନେ ଏହି ମାମାଲାରେ ବେପାରି ମାନଙ୍କ ସହିତ ବୈଠକ କରିଥିଲେ । ବ୍ୟବସାୟୀ ମାନେ ଗ୍ରାମବାସୀ ମାନଙ୍କୁ ବିଶ୍ୱାସ ଦେଇ କହିଥିଲେ ଯେ, ଆଗକୁ କେବେ ବି ଏପରି ଶାଢୀ ବିକ୍ରୀ କରିବ ନାହିଁ । ଭବିଷ୍ୟତରେ ଏପରି ଭୁଲ ମଧ୍ୟ କେବେ ହେବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/karauli-news-164325033316x9-1.jpg)