କନକ ବ୍ୟୁରୋ : ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ଗୁରୁତର ଆକାର ଧାରଣ କରିଛି । ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ହିଂସା ଧୀରେ ଧୀରେ ପାକିସ୍ତାନର ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି । ଏହି ହିଂସାକାଣ୍ଡ ଯୋଗୁଁ ପୁଲିସ ଗୁଳିରେ ୧୨ ଜଣ ଆନ୍ଦୋଳନକାରୀ ମୃତ୍ୟୁବରଣ କରିଥିବାବେଳେ ଜଣେ ପୁଲିସ କର୍ମୀ ନିହତ ହୋଇଛନ୍ତି ଓ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ପାକିସ୍ତାନରେ ଥିବା ନିଜର ନାଗରିକ ଓ କମ୍ପାନି କର୍ମଚାରୀମାନଙ୍କୁ ତୁରନ୍ତ ପାକିସ୍ତାନ ଛାଡ଼ିବାକୁ ପରାମର୍ଶ ଜାରି କରିଛନ୍ତି ।
ଅନ୍ୟପଟେ ପାକିସ୍ତାନରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟଦୂତଙ୍କୁ ବହିଷ୍କାର କରିବା ସହ ଫ୍ରାନ୍ସ ସହ ବାଣିଜ୍ୟ କାରବାର ବନ୍ଦ କରିବାକୁ ମୌଳବାଦୀ ସଂସ୍ଥା ତେହେରିକ-ଇ-ଲବାଇବ ପାକିସ୍ତାନ (ଟିଏଲପି) ପକ୍ଷରୁ ଦେଶବ୍ୟାପି ଏହି ଆନ୍ଦୋଳନ କରାଯାଉଛି । ଗତ ବର୍ଷ ଫ୍ରାନ୍ସର ପ୍ୟାରିସଠାରେ ପ୍ରକାଶିତ ବିବାଦୀୟ କାର୍ଟୁନକୁ ଟିଏଲପି ପକ୍ଷରୁ ବିରୋଧ କରାଯାଉଛି । ଏହି କାର୍ଟୁନରେ ଇସଲାମର ଅବମାନନା କରାଯାଇଥିବା କୁହାଯାଉଛି । ଏହି ହିଂସା ପରେ ପାକିସ୍ତାନ ସରକାର ଟିଏଲପିକୁ ନିଷିଦ୍ଧ ଘୋଷଣା କରିବା ସହ ଏହାର ମୁଖ୍ୟ ସାଦ୍ ହୁସେନ ରିଜଭିଙ୍କୁ ଗିରଫ କରିଛି । ଗତ ନଭେମ୍ବର ମାସରେ ବିଟିଏଲପି ପକ୍ଷରୁ ପାକିସ୍ତାନରେ ହିଂସାତ୍ମକ ଆନ୍ଦୋଳନ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/05/31/2025-05-31t055911608z-1001121283.png ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2021/04/6077f65db78a7-750x430.jpg)