କୁହୁଳୁଛି କଳକାରଙ୍କ କଳି । ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ ବିରୋଧ

123

କନକ ବ୍ୟୁରୋ : ଓଲିଉଡରେ ଜାରି ରହିଥିବା ବିବାଦ ଏବେ ଫିଲ୍ମ ଗୁଡିକ ଉପରେ ପଡୁଛି । ଝାରସୁଗୁଡାରେ ଏବେ ଓଲିଉଡ ଫିଲ୍ମକୁ ବିରୋଧ ଦେଖିବାକୁ ମିଳିଛି । ସ୍ଥାନୀୟ ଶିବା ମଲ୍ଟିପ୍ଲେକ୍ସ ରେ ଲାଗିଥିବା ପ୍ରଥା ଫିଲ୍ମର ପୋଷ୍ଟର ଚିରିଲେ କୋଶଲ ସେନା । ଶୁକ୍ରବାର ପ୍ରଥା ଫିଲ୍ମର ଝାରସୁଗୁଡା ଶିବା ହଲରେ ପ୍ରମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଲ ସେନା ଆସି ଲାଗିଥିବା ସମସ୍ତ ପୋଷ୍ଟର ଓ ବେନର ଚିରି ଦେଇଥିଲେ ।
ତେବେ ପୋଷ୍ଟର ବେନର ଚିରାକୁ ନିନ୍ଦା କରିଛନ୍ତି ଫିଲ୍ମର ନିର୍ମାତା ତଥା ଅଭିନେତ୍ରୀ ସାନଲିଶା ପଟେଲ । ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଷ୍ଟର ନ ଚିରି ସମସ୍ତଙ୍କୁ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି । ଅରିନ୍ଦିମଙ୍କ ଅଭୀନିତ ରାମ ଫିଲ୍ମକୁ ସମ୍ବଲପୁରରେ ରିଲିଜ ହୋଇପାରିନଥିଲା । ଏତିପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଯୋଜକ ସଂଘ ଦାୟୀ କରିଥିଲା । ଏହାପରେ ତାଙ୍କ ଉପରେ ଦୁଇ ବର୍ଷ ପାଇଁ ବ୍ୟାନ କରିବାକୁ ନିଷ୍ପତି ନେଇଥିଲା । ଏହାପରେ ବିବାଦ ଉଗ୍ର ନେଇଛି ।