ୟୁରୋପରେ କରୋନା କଟକଣାକୁ ଜୋରଦାର ବିରୋଧ: ନେଦରଲ୍ୟାଣ୍ଡ ଓ ବେଲଜିୟମରେ ହିଂସାତ୍ମକ ଆନ୍ଦୋଳନ 

88

କନକ ବ୍ୟୁରୋ: ୟୁରୋପରେ କୋଭିଡ୍ କଟକଣାକୁ ଜୋରଦାର ବିରୋଧ । ସଂକ୍ରମଣ ଉପରମୁହାଁ ହେଉଥିବାରୁ ୟୁରୋପରେ କୋଭିଡ୍ କଟକଣା ଲାଗୁ ହୋଇଛି । ଏହି କଟକଣାକୁ ବିରୋଧ କରି ଜୋରଦାର ଆନ୍ଦୋଳନ କରାଯାଇଛି । ଲାଗୁ ହୋଇଥିବା ନୂଆ କଟକଣାକୁ ବେଲଜିୟମ୍ ଓ ନେରଦାଣ୍ଡରେ ତୀବ୍ର ବିରୋଧ ହୋଇଛି । ସେହିପରି ଅଷ୍ଟ୍ରିଆ ଓ କ୍ରୋଏସିଆରେ କଟକଣାକୁ ବିରୋଧ କରି ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି ।

ରାସ୍ତାରେ ହଜାର ହଜାର ପ୍ରଦର୍ଶନକାରୀ । କୋଭିଡ୍ କଟକଣାକୁ ଲୋକଙ୍କ ତୀବ୍ର ବିରୋଧ । ୟୁରୋପରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ପୁଣିଥରେ ବିଭିନ୍ନ ଦେଶରେ କଟକଣାକୁ ବଳବତର କରାଯାଇଛି । ହେଲେ ଏହାକୁ ବିରୋଧ କରୁଛନ୍ତି ୟୁରୋପ ବାସୀ । ୟୁରୋପୀୟ ଦେଶଗୁଡିକରେ ସଂକ୍ରମଣ ମାମଲା ହୁ ହୁ ହୋଇ ବଢୁଥିବାବେଳେ ଏକ ସପ୍ତାହ ଭିତରେ ମୋଟ ୨୦ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।

ସେହିପରି ୨୭ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ବିଭିନ୍ନ ଦେଶରେ ଟିକାକରଣକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଆଉ ପ୍ରଶାସନର ଏହି ନିୟମକୁ ମାନିବାକୁ ନାରାଜ ଲୋକେ । ଲାଗୁ ହୋଇଥିବା ନୂଆ କଟକଣାକୁ ବେଲଜିୟମ୍ ଓ ନେରଦାଣ୍ଡରେ ତୀବ୍ର ବିରୋଧ ହୋଇଛି । ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । କୋଭିଡ୍ କର୍ଫ୍ୟୁକୁ ବିରୋଧ କରି ନେଦରଲାଣ୍ଡରେ ଆନ୍ଦୋଳନ କରାଯାଇଛି ।

ପୋଲିସ ୧୪୫ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ବ୍ରସେଲସରେ ଏକ ଆନ୍ଦୋଳନସ୍ଥଳରେ ପ୍ରାୟ ୩୫ ହଜାର ଲୋକ ଏକାଠି ହୋଇଥିଲେ । ପୋଲିସ ସେମାନଙ୍କୁ ପାଣି ଓ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । କିଛି ଆନ୍ଦୋଳନକାରୀ ମଧ୍ୟ ପୋଲିସ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ସେହିପରି ଅଷ୍ଟ୍ରିଆ ଓ କ୍ରୋଏସିଆରେ କଟକଣାକୁ ବିରୋଧ କରି ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ରେଷ୍ଟୁରାଂଟରେ କୋଭିଡ୍ ପାସ୍ ଆବଶ୍ୟକ ହେଉଛି । ଅଧିକାଂଶ ଲୋକଙ୍କୁ ଡିସେମ୍ବର ମଧ୍ୟ ଭାଗ ପର୍ଯ୍ୟନ୍ତ ସପ୍ତାହକୁ ୪ ଦିନ ଘରୁ ବାହାରିବା ପାଇଁ କୁହାଯାଇଛି । ନେଦରଲାଣ୍ଡର ହେଗ୍ ସହରରେ ଗତ ଶନିବାର ପ୍ରବଳ ହିଂସା ହୋଇଥିଲା । ଅଧିକାରୀମାନେ ଏଠାରେ ଏମରଜେନ୍ସି ସ୍ଥିତି ଘୋଷଣା କରିଛନ୍ତି ।

 ହିଂସା ମାମଲାରେ ଅନେକ ମଧ୍ୟ ଗିରଫ ହୋଇଛନ୍ତି । ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ବି କୋଭିଡ୍ କଟକଣାକୁ ବିରୋଧ କରି ଜୋରଦାର ଆନ୍ଦୋଳନ ହୋଇଛି । ସରକାର ଏକ ନୂଆ ଜାତୀୟ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଅଷ୍ଟ୍ରିଆରେ ୨୦ ଦିନିଆ ଲକ୍ଡାଉନ୍ ଆରମ୍ଭ ହୋଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଇଟାଲୀରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଲୋକ ନୂଆ କୋଭିଡ୍ କଟକଣା ତଥା କାର୍ଯ୍ୟସ୍ଥଳରେ ଗ୍ରୀନ୍ପାସ୍ ସାର୍ଟଫିକେଟ୍କୁ ବିରୋଧ କରି ଆନ୍ଦୋଳନ କରିଛନ୍ତି । ୟୁରୋପରେ ବଢୁଥିବା ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକାଶ କରିଛି ।