ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ । ରାହୁଲ ଗାନ୍ଧୀଙ୍କୁ ବିରୋଧ ସହ ପଡିଲା ଗୋ ବ୍ୟାକ ନାରା । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ଚେଲା କହିଲେ ଖଡଗେ ।

ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ । ରାହୁଲ ଗାନ୍ଧୀଙ୍କୁ ବିରୋଧ ସହ ପଡିଲା ଗୋ ବ୍ୟାକ ନାରା । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ଚେଲା କହିଲେ ଖଡଗେ ।

କନକ ବ୍ୟୁରୋ : ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ । ଆସାମର ନୂଆଗାଁଓ ଅଂଚଳରେ ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ କିଛି ଲୋକେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିବା ସହ ଗୋ ବ୍ୟାକ ସ୍ଲୋଗାନ ଦେଇଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ବିରୋଧରେ ବି ନାରାବାଜି କରିଛନ୍ତି ଲୋକେ ।

ରାହୁଲ ଗାନ୍ଧୀ ଏକ ଦୋକାନରେ ବାହାରେ ଛିଡା ହୋଇଥିବାବେଳେ ଲୋକ ବିରୋଧ ପ୍ରଦର୍ଶନ କରିଥିବା ଚିତ୍ର ସାମ୍ନାକୁ ଆସିଛି । ଏହାପରେ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷାକର୍ମୀ ସେଠାରୁ ନେଇଯାଇଥିଲେ । ପୂର୍ବରୁ ଆଜି ରାହୁଲ ନୂଆଗାଁଓରେ ଏକ ରାଲିକୁ ସମ୍ବୋଧିତ କରିଥିଲେ । ସେ ଅଭିଯୋଗ କରିଥିଲେ, ଆସାମରେ ବିଜେପିର କର୍ମୀ ଭାରତ ଯୋଡୋ ନ୍ୟାୟ ଯାତ୍ରାର ସଦସ୍ୟଙ୍କୁ ଆକ୍ରମଣ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କାହାକୁ ବି ଡରନ୍ତି ନାହିଁ ବୋଲି କହିଥିଲେ । ଆଜି ଦିନରେ ବି ସୋନିତପୁରରେ ରାହୁଲଙ୍କ ବସକୁ ଅଟାଇଥିଲେ ଲୋକେ । ବରିଷ୍ଠ ନେତା ଜୟରାମ ରମେଶଙ୍କ ଗାଡି ଉପରକୁ ବି ଆକ୍ରମଣ ହୋଇଥିଲା । ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ହିମନ୍ତଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେଲା ବୋଲି କହିଛନ୍ତି ଖଡଗେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe