କନକ ବ୍ୟୁରୋ: କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତୁହରି ମହତାବ ଏବଂ ବଡ଼ମ୍ବା ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କୁ ବିରୋଧ । ଭୁର୍ତହରି ମହତାବ ଏବଂ ସମ୍ବିତ ଏକାଠୀ ପ୍ରଚାର କରିବାକୁ ଯାଇଥିବା ବେଳେ ତାଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ବିଜେପି କର୍ମୀ । ବଡ଼ମ୍ବା ଧୋବଣୀ ନାଳ ନିଟକରେ ବିଜେପି ପ୍ରାର୍ଥୀଙ୍କୁ ଗୋ ବ୍ୟାକ୍ ନାରା ଦେଇଛନ୍ତି ବିଦ୍ରୋହୀ କର୍ମୀ । ଯାହାକୁ ନେଇ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପୁଲିସ ଏବଂ ଅସନ୍ତୁଷ୍ଟ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ସୂଚନା ମୁତାବକ, ଟିକେଟ ଆଶାୟୀ ବିଜୟ ଦଳବେହେରାଙ୍କ ସମର୍ଥକମାନେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ କରିଥିଲେ । ଭର୍ତୁହରି ବାଟ ଛାଡିବାକୁ କହିଥିଲେ ମଧ୍ୟ କର୍ମୀ ମାନେ ବାଟ ଛାଡିନଥିଲେ । ବିଧାୟକ ସମ୍ବିତ ତ୍ରିପାଠୀଙ୍କୁ କିଛି କର୍ମୀ ପ୍ରଚାର ଗାଡିରୁ ଓହ୍ଲାଇବାକୁ ନାରା ଦେଉଥିବା ଦେଖିବାକୁ ମିଳିଛି । କେବଳ ବଡ଼ମ୍ବା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କୁ ଦଳ ଭିତରେ ବିରୋଧର ସାମ୍ନା କରିବାକୁ ପଡୁଛି ।