କନକ ବ୍ୟୁରୋ: ଆଜିଠୁ ଆୟୋଜିତ ହେବାକୁ ଯାଉଛି ୨୦୨୨ର ୱିଣ୍ଟର ଅଲିମ୍ପିକ୍ସ । ଚୀନ ରାଜଧାନୀ ବେଜିଙ୍ଗରେ ଏହାକୁ ଅନୁଷ୍ଠିତ ହେଉଥିବାବେଳେ ଏହାକୁ ଘୋର ବିରୋଧ କରିଛନ୍ତି ତିବ୍ୱତୀୟ ଛାତ୍ର । ଚୀନ ଏହାର ସୀମାକୁ ଲାଗିଥିବା ଦେଶ ଗୁଡିକ ମଧ୍ୟରେ ଅନୁପ୍ରବେଶ କରି ନିଜର ବିସ୍ତାରବାଦକୁ ଜାହିର କରୁଥିବାରୁ ଚୀନର ଏକଛତ୍ରବାଦକୁ ବିରୋଧ କରିଛନ୍ତି । ଚୀନ ନିଜ କୂଟନୀତିରେ ଅନ୍ୟ ଦେଶର ମାନବିକ ଅଧିକାରକୁ ଉଲଂଘନ କରୁଥିବାରୁ ଅଲିମ୍ପିକ୍ସ ଉଦଘାଟନି ସମୟରେ ବିରୋଧ ପ୍ରଦର୍ଶନ କରିଛନ୍ତି ତିବତ୍ତୀୟ ଛାତ୍ରଛାତ୍ରୀ । ଏହାକୁ ନେଇ କୂଟନୀତି ସ୍ତରରେ ମଧ୍ୟ ପ୍ରତିବାଦର ସ୍ୱାର ଉଠିଛି ।
ଆଜିଠାରୁ ବେଜିଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ଶୀତକାଳୀନ ଅଲିମ୍ପିକ୍ସ । ଏଥିରେ ଅଂଶଗ୍ରହଣ କରିଛନ୍ତି ୯୧ ଦେଶର ୩୦୦୦ କ୍ରୀଡାବିତ୍ । ଆସନ୍ତା ୨୦ ତାରିଖରେ ଏହି କ୍ରୀଡା ମହାକୁମ୍ଭ ଉଦଯାପିତ ହେବ । ହେଲେ ବିଭିନ୍ନ କାରଣ ପାଇଁ ବିବାଦ ଘେରକୁ ଆସିଛି ଏହି କ୍ରୀଡା ମହାକୁମ୍ଭ । ଚୀନରେ ମାନବାଧିକାର ଉଲଂଘନ ହୋଉଥିବା ଅଭିଯୋଗ କରି କିଛି ରାଷ୍ଟ୍ର କ୍ରୀଡା ଉଦଘାଟନୀ ଉତ୍ସବକୁ ବୟକଟ କରିଛନ୍ତି । ଏପରିକି ଏଥିରେ ଯୋଗ ଦେଇନାହାଁନ୍ତି ଭାରତୀୟ ରାଷ୍ଟ୍ରଦୂତ । ଏହାବ୍ୟତୀତ ଆମେରିକା, ଅଷ୍ଟ୍ରେଲିଆ, ବେଲଜିୟମ, କାନାଡା, ଗ୍ରେଟ୍ ବ୍ରିଟେନ୍ ଦେଶ ଗୁଡିକ ଯଦିଓ ଅଲିମ୍ପିକ୍ସରେ ଭାଗ ନେବାକୁ ନିଜ ନିଜ ଖେଳାଳିଙ୍କୁ ପଠାଇଛନ୍ତି କିନ୍ତୁ କାର୍ଯ୍ୟକ୍ରମରେ ଏହି ଦେଶର କୌଣସି କୂଟନୈତିକ ପ୍ରତିନିଧି ଯୋଗ ଦେବେନାହିଁ ବୋଲି ସୂଚନା ରହିଛି ।
Follow Us