କୋଇଡା ବିଡ଼ିଓଙ୍କ କାର୍ଯ୍ୟକଳାପକୁ ସିପିଆଇଏମର ବିରୋଧ । ବ୍ଲକ ପରିସର ଭିତରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ଧସ୍ତାଧସ୍ତି । 

Advertisment
କୋଇଡା ବିଡ଼ିଓଙ୍କ କାର୍ଯ୍ୟକଳାପକୁ ସିପିଆଇଏମର ବିରୋଧ । ବ୍ଲକ ପରିସର ଭିତରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ଧସ୍ତାଧସ୍ତି । 

କନକ ବ୍ୟୁରୋ : କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବିରୋଧରେ ପିସି ନେବା, ରାଜନୈତିକ ପକ୍ଷପାତିତା ,ଜାତିଆଣ ଭେଦଭାବ ଓ ଲୋକପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଭଳି ଅଭିଯୋଗ ଆଣି ତାଙ୍କୁ ତୁରନ୍ତ ହଟାଇବାକୁ ଦଳ ଦାବି କରିଛି। ବିକ୍ଷୋଭ ପ୍ରଦର୍ଶନରେ ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, କୋଇଡା ବ୍ଲକ ଅଧ୍ୟକ୍ଷା ରୀନା ରାଣୀ କୁମୁଡିଆଲ,  ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ସରପଞ୍ଚ ସୁସିଲା ମୁଣ୍ଡା, ସରପଞ୍ଚ ଭୀମସେନ ଦେହୁରୀ, ସରପଞ୍ଚ ଅନିଲ ବାର୍ଲା , ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନ୍ତ ପ୍ରମୁଖଙ୍କ ସହ ଦୁଇ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଏକ ରାଲି ଯୋଗେ କୋଇଡା ବ୍ଲକ ପରିସର ମଧ୍ୟରେ ପହଞ୍ଚି ଥିଲେ । ପରେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିବାକୁ ଯାଇ ପୋଲିସ୍ ସହ ଧସ୍ତାଧସ୍ତି ମଧ୍ୟ ଘଟିଥିଲା ।

ବ୍ଲକ ପରିସର ମଧ୍ୟରେ ସଭା ଅନୁଷ୍ଠିତ କରି ବିଡିଓଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଡିଓଙ୍କ ବଦଳି କରିବା ନେଇ  ନେତୃବୃନ୍ଦ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe