ସାଧାରଣତଃ ଯଦି ଆପଣଙ୍କୁ ପରିସ୍ରା ଟିକେ ଟିକେ ଲାଗୁଥାଏ କିମ୍ବା ପରିସ୍ରା ଜଳାପୋଡା କରୁଥାଏ ତ,ତେବେ ଆପଣ ଏନେଇ ଆଦୌ ଡେରି କରନ୍ତୁ ନାହିଁ। କାରଣ ହୁଏତ ଆପଣ ବହୁତ ବଡ଼ ସମସ୍ୟାରେ ରହିଥାଇ ପାରନ୍ତି।ମନେ ରଖନ୍ତୁ ଆପଣ ପ୍ରୋଷ୍ଟେଟ କ୍ୟାନ୍ସରର ଶିକାର ହୋଇପାରନ୍ତି ।
ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ:-
ଅଳ୍ପ ଅଳ୍ପ ପରିଶ୍ରା ହେବା,ପରିଶ୍ରା କରିବା ସମୟରେ ପରିସ୍ରା ଜଳାପୋଡ଼ା କରିବା,ରାତି ସମୟରେ ବାରମ୍ବାର ପରିସ୍ରାା ଲାଗିବା ଏବଂ ପରିସ୍ରା କଲାବେଳେ ରକ୍ତ ପଡ଼ିବା, ଶରୀରରେ ଲଗାତାର ଦରଜ ରହିବା ଓ ଅଧିକ ସମୟ ଯାଏଁ ପରିସ୍ରା କୁ ରୋକି ନ ପାରିବା ଏହି କ୍ୟାନ୍ସରର ପ୍ରମୁଖ ଲକ୍ଷଣ ଅଟେ।
ପ୍ରୋଷ୍ଟେଟ କ୍ୟାନ୍ସର ହେବାର କାରଣ:-
ଅଧିକ ମାତ୍ରାରେ ରେଡ୍ ମିଟ୍ ଖାଇବା,ଫ୍ୟାଟି ଡାଇଟ୍ ଖାଇବା,ଶରୀର ତୁଳନାରେ ଅଧିକ ଓଜନ ବଢ଼ିବା,ବ୍ୟାୟମାରେ କମି,ବଂଶାନୁକ୍ରମିକ ଆଦି କାରଣ
ପାଇଁ ପ୍ରୋଷ୍ଟେଟ କ୍ୟାନ୍ସର୍ର ହୋଇଥାଏ। ଏଥିସହିତ ଯେଉଁ ପୁରୁଷଙ୍କ ପ୍ରଜନନ କ୍ଷମତା କମ୍ ହୋଇଥାଏ,ସେମାନଙ୍କ ଠାରେ ମଧ୍ୟ ପ୍ରୋଷ୍ଟେଟ କ୍ୟାନ୍ସର୍ ହେବାର ସମସ୍ୟା ରହିଥାଏ।ଏତଦ୍ବ୍ୟତୀତ ଲିଂଗ ଗୁଣସୂତ୍ରରେ ଅସନ୍ତୁଳନ କାରଣରୁ ବି ପ୍ରୋଷ୍ଟେଟ କ୍ୟାନ୍ସର୍ ହୋଇଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/797908.jpg)
/kanak/media/post_attachments/wp-content/uploads/2018/09/PROSTATE-CANCER-300x160.jpg)
/kanak/media/post_attachments/wp-content/uploads/2018/09/maxresdefault-24-300x169.jpg)