କନକ ବ୍ୟୁରୋ: ରାଜ୍ୟରେ ଷ୍ଟାର୍ଟଅପ ମାନେ ନେବେ ନୂଆ ଉଡାଣ । ଗତିଶୀଳ ହେବ ଷ୍ଟାର୍ଟ ଅପ ଓଡିଶା । ଆରମ୍ଭ ହେବ ପ୍ରୋସପର-ଓଡିଶା ଯୋଜନା । ଓଡିଶାରେ ଶିଳ୍ପ ପୁଞ୍ଜର ବିକାଶ ପାଇଁ କାର୍ଯ୍ୟକାରୀ ହେବ ପ୍ରୋସପର-ଓଡିଶା । ଏହାଦ୍ୱାରା ଷ୍ଟାର୍ଟଅପ ଇଣ୍ଡିଆ ଏବଂ ଇନକ୍ୟୁବେସନ ସେଣ୍ଟର ଗୁଡିକ ମାଧ୍ୟମରେ ପ୍ରତିବର୍ଷ ୧ ହଜାର ଉଦ୍ୟୋଗୀଙ୍କୁ ସହାୟତା ଯୋଗାଇ ଦିଆଯିବ । ଏହି ବଜେଟରେ ଶିଳ୍ପପୁଞ୍ଜର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା ଅଧିନରେ ୫୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଅଛି ।
ସେହିପରି ୨୦୨୭ ଜୁନ ମାସ ସୁଦ୍ଧା ରାଉରକେଲା , ସମ୍ବଲପୁର, ପାରାଦୀପ ଓ ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡରର ବିକାଶ ପାଇଁ ବଜେଟରେ ଶିଳ୍ପ କରିଡର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା ଅଧୀନରେ ୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/31-19.jpg)